ବ୍ରାହ୍ମଣୀ ନଦୀରେ ଅଘଟଣ: ଗାଧୋଇବା ବେଳେ ବୁଡ଼ିଯାଇ ୨ମୃତ, ନଦୀର ପ୍ରଖର ସ୍ରୋତରେ ଭାସଯାଇଥିଲେ ୬ଜଣ ଏନଆଇଟି ଛାତ୍ର

343

କନକ ବ୍ୟୁରୋ: ବ୍ରାହ୍ମଣୀ ନଦୀରେ ବଡ ଅଘଟଣ । ନଦୀ ସୁଅରେ ଭାସିଯାଇ ୨ ଜଣ ଏନଆଇଟି ଛାତ୍ରଙ୍କ ମୃତ୍ୟୁ ହୋଇଛି । ଆଜି ବେଦବ୍ୟାସ ନିକଟ ବ୍ରାହ୍ମଣୀ ନଦୀର ଘାଟରେ ଗାଧୋଇବାକୁ ଯାଇଥିଲେ ୬ ଜଣ ଏନଆଇଟି ଛାତ୍ର । ଗାଧୋଇବା ବେଳେ ନଦୀର ପ୍ରଖର ସ୍ରୋତରେ ୬ ଜଣ ଭାସି ଯାଇଥିଲେ । ଖବର ଅଗ୍ନିଶମବାହିନୀ ଘଟଣାସ୍ଥଳରେ ପହଂଚି ୪ ଜଣ ଛାତ୍ରଙ୍କୁ ନଦୀରୁ ଉଦ୍ଧାର କରି ମେଡିକାଲରେ ଭର୍ତି କରିଛି । ଅନ୍ୟପଟେ ପାଣିରୁ ଦୁଇ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି । ମୃତକ ଦୁଇ ଜଣ ହେଲେ ରାଉରକେଲା ଏନଆଇଟିରେ ପଢୁଥିବା ପୁରୀ ଜିଲ୍ଲା ପିପିଲି ଅଂଚଳର ସମୀର ନାୟକ ଓ ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଅଂଚଳର ରଜତ ସାହୁ ।