ଚିଲିକା ଡଙ୍ଗା ବୁଡି ଘଟଣା : ୨ ଜଣଙ୍କ ମୃତଦେହ ଉଦ୍ଧାର; ଭୋଜିସାରି ଫେରିବା ବେଳେ କାଳିଜାଇ କୁଦ ନିକଟରେ ବୁଡିଯାଇଥିଲା ଡଙ୍ଗା

Advertisment
ଚିଲିକା ଡଙ୍ଗା ବୁଡି ଘଟଣା : ୨ ଜଣଙ୍କ ମୃତଦେହ ଉଦ୍ଧାର; ଭୋଜିସାରି ଫେରିବା ବେଳେ କାଳିଜାଇ କୁଦ ନିକଟରେ ବୁଡିଯାଇଥିଲା ଡଙ୍ଗା

କନକ ବ୍ୟୁରୋ : ଚିଲିକା ଡଙ୍ଗା ବୁଡି ଘଟଣାରେ ୨ ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି । ମୋଟ୍ ୧୩ ଯାତ୍ରୀଙ୍କ ମଧ୍ୟରୁ ୧୧ ଜଣଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି । ଏକ ଯାତ୍ରୀବାହୀ ଡଙ୍ଗାରେ ୧୩ ଜଣ ପର୍ଯ୍ୟଟକ ଗମ୍ଭାରୀ ନିକଟରେ ଥିବା କାଳିଜାଇ କୁଦକୁ ଭୋଜି କରିବାକୁ ଯାଇଥିଲେ । ଭୋଜି ସାରି ଫେରିବା ବେଳେ କାଳୀଯାଇ କୁଦ ନିକଟରେ ଏହି ଦୁର୍ଘଟଣା ଘଟିଥିଲା ।

ମଝି ଚିଲିକାରେ ଡଙ୍ଗାଟି ଭାରସାମ୍ୟ ହରାଇବାରୁ ବୁଡିଯାଇଥିଲା । ପ୍ରଥମେ ୧୦ ଜଣ ଯାତ୍ରୀ ଉଦ୍ଧାର ହୋଇଥିବାବେଳେ ୩ ଜଣ ନିଖୋଜ ହୋଇଯାଇଥିଲେ । ପରେ ଜଣେ ଉଦ୍ଧାର ହୋଇଥିଲେ । ଅଗ୍ନିଶମ ଟିମ୍ ଏବଂ ଗମ୍ଭାରୀ ଗାଁର ୧୦ ଡଙ୍ଗା ଉଦ୍ଧାର କାମରେ ନିୟୋଜିତ ହୋଇଥିଲେ । ପରେ ଦୁଇଜଣଙ୍କ ମୃତଦେହକୁ ଉଦ୍ଧାର କରାଯାଇଛି । ମୃତକ ଦୁଇଜଣ ପୁରୀର ବୋଲି ଜଣାପଡିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe