କନକ ବ୍ୟୁରୋ : ଚିଲିକା ଡଙ୍ଗା ବୁଡି ଘଟଣାରେ ୨ ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି । ମୋଟ୍ ୧୩ ଯାତ୍ରୀଙ୍କ ମଧ୍ୟରୁ ୧୧ ଜଣଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି । ଏକ ଯାତ୍ରୀବାହୀ ଡଙ୍ଗାରେ ୧୩ ଜଣ ପର୍ଯ୍ୟଟକ ଗମ୍ଭାରୀ ନିକଟରେ ଥିବା କାଳିଜାଇ କୁଦକୁ ଭୋଜି କରିବାକୁ ଯାଇଥିଲେ । ଭୋଜି ସାରି ଫେରିବା ବେଳେ କାଳୀଯାଇ କୁଦ ନିକଟରେ ଏହି ଦୁର୍ଘଟଣା ଘଟିଥିଲା ।
ମଝି ଚିଲିକାରେ ଡଙ୍ଗାଟି ଭାରସାମ୍ୟ ହରାଇବାରୁ ବୁଡିଯାଇଥିଲା । ପ୍ରଥମେ ୧୦ ଜଣ ଯାତ୍ରୀ ଉଦ୍ଧାର ହୋଇଥିବାବେଳେ ୩ ଜଣ ନିଖୋଜ ହୋଇଯାଇଥିଲେ । ପରେ ଜଣେ ଉଦ୍ଧାର ହୋଇଥିଲେ । ଅଗ୍ନିଶମ ଟିମ୍ ଏବଂ ଗମ୍ଭାରୀ ଗାଁର ୧୦ ଡଙ୍ଗା ଉଦ୍ଧାର କାମରେ ନିୟୋଜିତ ହୋଇଥିଲେ । ପରେ ଦୁଇଜଣଙ୍କ ମୃତଦେହକୁ ଉଦ୍ଧାର କରାଯାଇଛି । ମୃତକ ଦୁଇଜଣ ପୁରୀର ବୋଲି ଜଣାପଡିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2022/09/boat_0-647x363-1.webp)