କୋଭିଡ ନିୟମ ଉଲ୍ଲଙ୍ଘନ ପାଇଁ ୨ ଟି ଡାଇଗ୍ନୋଷ୍ଟିକ ସେଣ୍ଟର ସିଲ୍ । ସିଲ୍ କଲା କଟକ ମହାନଗର ନିଗମ ।

କୋଭିଡ ନିୟମ ଉଲ୍ଲଙ୍ଘନ ପାଇଁ ୨ ଟି ଡାଇଗ୍ନୋଷ୍ଟିକ ସେଣ୍ଟର ସିଲ୍ । ସିଲ୍ କଲା କଟକ ମହାନଗର ନିଗମ ।

କନକ ବ୍ୟୁରୋ : କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର କୋଭିଡ୍ କଟକଣାକୁ କଡାକଡି କରିଛନ୍ତି । ଏହାକୁ ଅବମାନନା କଲେ ଜରିମାନା ସହ ବ୍ୟବସାୟିକ ପ୍ରତିଷ୍ଠାନ ଉପରେ ବି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି । ଏହି କ୍ରମରେ ଆଜି କଟର ୨ ଟି ଡାଇଗ୍ନୋଷ୍ଟିକ୍ ସେଣ୍ଟରକୁ ସିଲ୍ କରିଛି କଟକ ମହାନଗର ନିଗମ ଏନଫେର୍ସମେଣ୍ଟ ଟିମ୍ । ଏନଫେର୍ସମେଣ୍ଟ ଟିମ୍ ଯାଂଚ କରୁଥିବା ବେଳେ ଏହି ଦୁଇଟି ଡାଇଗ୍ନୋଷ୍ଟିକ ସେଣ୍ଟର ଭିଡ ସାଙ୍ଗକୁ କୋଭିଡ୍ ଗାଇଡଲାଇନ ଉଲ୍ଲଙ୍ଘନ କରିଥିବା ଅଭିଯୋଗ ହୋଇଥିଲା । ଏନେଇ ଯାଂଚ ପରେ ଏହାକୁ ସିଲ୍ କରାଯାଇଛି । ସିଲ୍ ହୋଇଥିବା ଡାଇଗ୍ନୋଷ୍ଟିକ୍ ସେଣ୍ଟର ହେଲା ଗୀତା ଡାଇଗ୍ନୋଷ୍ଟିକ ଓ ଅନ୍ୟଟି ମା’ ଡାଇଗ୍ନୋଷ୍ଟିକ ବୋଲି ଜଣାପଡିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe