ଖାଦ୍ୟ ପରେ ଲଜ୍ଜା ନିବାରଣ ପାଇଁ ଅଣ୍ଟା ଭିଡିଲେ ସରକାର, ରାସନକାର୍ଡଧାରୀଙ୍କୁ ବର୍ଷକୁ ମିଳିବ ୨ ଟି ଧୋତୀ ଓ ୨ ଟି ଶାଢୀ ।

4,408

କନକ ବ୍ୟୁରୋ : ରାଜନୀତିରେ ତିଷ୍ଟି ରହିବା ଓ ସରକାର ବଂଚାଇବାକୁ ନେତା ମାନେ ମାଗଣା ଯୋଜନାକୁ ଶ୍ରେଷ୍ଟ ସେବା ବୋଲି ମାନି ନେଉଥିବା ଦେଖିବାକୁ ମିଳିଛି । କିଏ ମାଗଣା ଖାଦ୍ୟ ବାଣ୍ଟୁଛି ତ କିଏ ମାଗଣା ରାସନ । ପୁଣି କିଏ ମାଗଣାରେ ମହିଳା ମାନଙ୍କୁ ଗାଡି ଉପହାର ଦେବା କଥା କହୁଛି ତ କିଏ ମାଗଣାରେ ଘର ବାଣ୍ଟୁଛି । ଆଉ କେହି କେହି ମହିଳା ଭୋଟରଙ୍କୁ ଆକୃଷ୍ଟ କରିବାକୁ ଗହଣା ବାଣ୍ଟିବା ବି ଦେଖିବାକୁ ମିଳିଛି । ହେଲ ଆମେ ଏବେ ଆପଣଙ୍କୁ ଏମିତି କିଛି ମାଗଣା ଯୋଜନା କଥା କହିବାକୁ ଯାଉଛୁ ଯାହା କେବେ ବି କୌଣସି ସରକାର ଘୋଷଣା କରିଥିବା ଆପଣ ଶୁଣି ନଥିବେ । ଆମେ କହୁଛୁ ଝାରଖଣ୍ଡ ସରକାରଙ୍କ କଥା । ଝାରଖଣ୍ଡରେ ଦୀର୍ଘ ଦିନରେ ବ୍ୟବଧାନ ପରେ ଝାରଖଣ୍ଡ ମୁକ୍ତିମୋର୍ଚ୍ଚା ସରକାରକୁ ଆସିଛି । ଆଉ ଏହି ସରକାରର ମୁଖ୍ୟ ବା ରାଜ୍ୟର ମୁଖ୍ୟମନ୍ତ୍ରୀ ହୋଇଛନ୍ତି ସ୍ୱତନ୍ତ୍ର ଝାରଖଣ୍ଡ ଆନ୍ଦୋଳନର ମୁଖ୍ୟ ଶିବୁ ସୋରେନଙ୍କ ପୁଅ ହେମନ୍ତ ସୋରେନ । ହେମନ୍ତ ମୁଖ୍ୟମନ୍ତ୍ରୀ ହେବା ପରେ ଜଣେ ଯୁବ ମୁଖ୍ୟମନ୍ତୀ ଭାବରେ ରାଜ୍ୟରେ ତାଙ୍କର ଅଦୃତି ବଢିବାରେ ଲାଗିଛି । ବିଭିନ୍ନ ଜନହିତକର ଯୋଜନା । ଦୁର୍ନୀତିକୂୁ ନେଇ କଠୋର ମନୋଭାବ ତାଙ୍କୁ ବେସ୍ ପରିଚିତ କରିବାରେ ଲାଗିଛି । ଠିକ୍ ଏହି ସମୟରେ ସେ ଏମିତି ଏକ ଯୋଜନାର ଘୋଷଣା କରିଛନ୍ତି ଯାହା ସାଧାରଣ ଲୋକଙ୍କ ପାଇଁ ବେସ୍ ସହାୟକ ହେବ ।

ଝାରଖଣ୍ଡ ମୁଖ୍ୟତ ଏକ ଆଦିବାସୀ ବହୁଳ ରାଜ୍ୟ ଭାବେ ସାରା ଦେଶରେ ପରିଚିତ । କିଛି ବର୍ଷ ପୂର୍ବରୁ ଏଠାରେ ନକ୍ସଲ ମାନଙ୍କର ପ୍ରାର୍ଦୁଭାବ ଦେଖିବାକୁ ମିଳୁଥିଲା । ଏବେ ଯଦିଓ ସେଠାରେ ମାଓବାଦୀଙ୍କ ଉପସ୍ଥିତ ଶୂନ୍ୟ ହୋଇଯାଇଛି ତାହା କହିହେବ ନାହିଁ । ଏଭଳି ସ୍ଥଳେ ସାଧରଣ ଗରିବ ଆଦିବାସୀ ମାନଙ୍କୁ ବିଭିନ୍ନ ପ୍ରଲୋଭନ ଦେଖାଇ ନକ୍ସଲ ମାନେ ସେମାନଙ୍କ ଜାଲରେ ପକାଉଥିବା ବେଳେ ହେମନ୍ତଙ୍କ ଏହି ପଦକ୍ଷେପ ଏବେ ମାଓବାଦ ସଂଗଠନ ଉପରେ ପ୍ରଭାବ ପକାଇବ ବୋଲି ଅନୂୁମାନ କରାଯାଉଛି । ହେମନ୍ତ ସୋରେନ ମନ୍ତ୍ରୀ ମଣ୍ଡଳ ବୈଠକରେ ନିସ୍ପତ୍ତି ନେଇଛନ୍ତି କି ରାଜ୍ୟର ରାସନକାର୍ଡ ଉପଭୋକ୍ତା ମାନଙ୍କୁ ପ୍ରତିବର୍ଷ ୨ ଟି ଧୋତି ଓ ୨ ଖଣ୍ଡ ଶାଢୀ ଯୋଗାଇ ଦିଆଯିବ । ଏହି ସୁବିଧା ପାଇବା ପାଇଁ ହିତାଧିକାରୀଙ୍କୁ ପ୍ରତିଥର ୧୦ ଟଙ୍କା ଦେବାକୁ ପଡିବ । ରାଜ୍ୟମନ୍ତ୍ରୀ ପରିଷଦ ବୈଠକରେ ‘ସୋନା ସୋବରନ୍ ଧୋତି – ଶାଢୀ ବିତରଣ ଯୋଜନା’ କୁ ମଞ୍ଜୁରୀ ମିଳିସାରିଛି । ଏହି ଯୋଜନା ଅଧିନରେ ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାରୁ ଉପକୃତ ହେଉଥିବା ରାଜ୍ୟର ୫୭.୧ ଳକ୍ଷ ଲୋକ ଉପକୃତ ହେବେ । ହିତିାଧିକାରୀଙ୍କ ପରିବାରକୁ ପ୍ରତି ୬ ମାସ ଅର୍ଥାତ ବର୍ଷକୁ ୨ ଥର ସବ୍ସିଡରେ ଧୋତୀ/ଲୁଙ୍ଗି ଓ ଶାଢୀ ଯୋଗାଇ ଦିଆଯିବ । ତେବେ ଚଳିତ ୨୦୨୦-୨୧ ଆର୍ଥିକ ବର୍ଷରେ ଥରେ ଧୋତୀ- ଶାଢୀ ମିଳିବ । କିନ୍ତୁ ଏହି ଯୋଜନାରେ ଆସନ୍ତା ବର୍ଷ ଠାରୁ ବର୍ଷକୁ ୨ ଥର ମିଳିବ ବୋଲି ଜଣାପଡିଛି ।