ରାଉରକେଲା ଷ୍ଟିଲ ପ୍ଲାଣ୍ଟରେ ଗ୍ୟାସ ଲିକ୍ ଘଟଣା । କାର୍ଯ୍ୟରେ ଅବହେଲା ପାଇଁ ୨ ଡିଜିଏମ ପାହ୍ୟା ଅଧିକାରୀ ନିଲମ୍ବିତ

203

କନକ ବ୍ୟୁରୋ: ରାଉରକେଲା ଷ୍ଟିଲ ପ୍ଲାଣ୍ଟରେ ଗ୍ୟାସ ଲିକ୍ ହୋଇ ୪ ଜଣଙ୍କ ମୃତ୍ୟୁ ଘଟଣା । କାର୍ଯ୍ୟରେ ଅବହେଲା ପାଇଁ ୨ ଡିଜିଏମ ପାହ୍ୟା ଅଧିକାରୀଙ୍କୁ ନିଲମ୍ବିତ କରାଯାଇଛି । ନିଲମ୍ବିତ ଅଧିକାରୀମାନେ ହେଲେ ଇଏମଡି ବିଭାଗର ଗୋପବନ୍ଧୁ ବାରିକ ଓ ସିସିଡି ମେକାନିକାଲର ନବେନ୍ଦ୍ର ଦାଶ ।

ସୂଚନା ମୁତାବକ ରାଉରକେଲା ଷ୍ଟିଲ ପ୍ଲାଣ୍ଟର କୋଲ କେମିକାଲ ବିଭାଗରେ ଅଚାନକ୍ ବିଶାକ୍ତ ଗ୍ୟାସ ଲିକ୍ ହେବାରୁ ପ୍ଲାଣ୍ଟ ପରିସରରେ କାମ କରୁଥିବା ଲୋକମାନେ ଅସୁସ୍ଥ ହୋଇପଡିଥିଲେ । ସେମାନଙ୍କୁ ତୁରନ୍ତ ଆଇଜିଏଚ୍ ରେ ଭର୍ତ୍ତି କରାଯାଇଥିଲା । ହେଲେ ସେମାନଙ୍କ ମଧ୍ୟରୁ ୬ ଜଣ ଗୁରୁତର ହୋଇପଡିଥିଲେ । ଆଜି ଗୁରୁତର ମାନଙ୍କ ମଧ୍ୟରୁ ୪ ଜଣଙ୍କର ମୃତ୍ୟୁ ହୋଇଛି । ଏହା ସହ ଅନ୍ୟ ୨ ଜଣଙ୍କ ସ୍ୱାସ୍ଥ୍ୟାବସ୍ଥା ସଂକଟାପନ୍ନ ରହିଛି । ସେମାନେ ବି ଆଇଜିଏଚ୍ ରେ ଚିକିତ୍ସାଧିନ ରହିଛନ୍ତି ।