କନକ ବ୍ୟୁରୋ: ପୁଣି ହାତୀ ଆକ୍ରମଣରେ ଦୁଇ ମୃତ । ଅନୁଗୋଳ ଜିଲ୍ଲା ଶରଧାପୁର ଓ ଛେଳିଆପଡା ଗାଁରୁ ଆସିଛି ଏଭଳି ଦୁଃଖଦ ଘଟଣା । ଗତକାଲି ରାତିରେ ହାତୀ ଆକ୍ରମଣ ଯୋଗୁଁ ୨ ଜଣ ପ୍ରାଣ ହରାଇଛନ୍ତି । ମୃତକ ହେଉଛନ୍ତି ଶରଧାପୁର ଗାଁର ଗୁରୁ ନାଏକ ଏବଂ ଛେଳିଆପଡା ଗାଁର ଅଇଁଠୁ ସାହୁ ।
କିଛି ଦିନର ବ୍ୟବଧାନ ପରେ ପୁଣି ହାତୀ ଆକ୍ରମଣରେ ଯାଇଛି ଲୋକଙ୍କ ଜୀବନ । ଫଳରେ ଅଂଚଳରେ ଭୟର ବାତାବରଣ ଖେଳିଯାଇଛି । ସେପଟେ ଘଟଣା ପରେ କ୍ଷତିପୂରଣ ଦାବି କରି ଅଂଚଳବାସୀ ରାସ୍ତାରୋକ୍ କରିଛନ୍ତି । ଶରଧାପୁରରେ ବନ୍ତଳା-ଅନୁଗୋଳ ମୁଖ୍ୟ ରାସ୍ତାରେ ଗ୍ରାମବାସୀ ଆନ୍ଦୋଳନ କରିଥିବା ବେଳେ ବନବିଭାଗ ପହଂଚି ଲୋକଙ୍କୁ ବୁଝାସୁଝା କରିବା ପରେ ହଟିଛି ଆନ୍ଦୋଳନ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2023/12/9-11.jpg)