କନକ ବ୍ୟୁରୋ : ମାଲକାନଗିରି ବାଲିମେଳା ଜଳଭଣ୍ଡାରରେ ଡଙ୍ଗା ବୁଡି ଘଟଣା । ଉଦ୍ଧାର ହେଲା ୨ ନିଖୋଜ ନାବାଳକଙ୍କ ମୃତଦେହ । ଜଳଭଣ୍ଡାରର ସିନ୍ଧିଗୁଡା ଘାଟରେ ଗତ ସୋମବାର ବୁଡିଥିଲା ଦେଶୀ ଡଙ୍ଗା । ପଡାଲପୁଟ ଗାଁରୁ ବିବାହ ଭୋଜି ଖାଇ ୫ଜଣ ଗ୍ରାମବାସୀ ଦେଶୀ ଡଙ୍ଗାରେ ତୁମାପଦର ଗାଁକୁ ଫେରିବା ବେଳେ ଅଘଟଣ ଘଟିଥିଲା । ଭାରସାମ୍ୟ ହରାଇ ଡଙ୍ଗା ବୁଡି ଯିବାରୁ ୩ ଜଣ ପହଁରି ପହଁରି କୂଳକୁ ଫେରି ଆସିଥିଲେ । ହେଲେ ଡଙ୍ଗାରେ ଥିବା ୨ ନାବାଳକ ନିଖୋଜ ହୋଇଯାଇଥିଲେ । ସେହି ୨ ନାବାଳକଙ୍କ ମୃତଦେହ ଜଳଭଣ୍ଡାରରୁ ଉଦ୍ଧାର କରାଯାଇଛି ।

Advertisment

ଗତ ସପ୍ତାହ ଭିତରେ ମାଲକାନଗିରିରେ ୫ଟି ଡଙ୍ଗା ବୁଡି ଘଟଣାରେ ୬ ଜଣଙ୍କ ଜୀବନ ଯାଇଛି । ଗଲା ୧ ତାରିଖରେ ସତୀଗୁଡା ଜଳଭଣ୍ଡାରରେ ଦୁଇଟି ଡଙ୍ଗା ବୁଡିଥିଲା । ଏହି ଘଟଣାରେ ୨ ମତ୍ସ୍ୟଜୀବୀଙ୍କ ମୃତଦେହ ଉଦ୍ଧାର ହୋଇଥିଲା । ସେହିପରି ଗତ ୨ ତାରିଖରେ ସାବେରୀ ନଈରେ ଡଙ୍ଗାବୁଡି ଘଟଣାରେ କାଂଚନପାଲି ଗାଁର ଜଣେ ଯୁବକ ପ୍ରାଣ ହରାଇଥିଲେ । ଜୁନ ୪ ତାରିଖରେ କୋତାମାଟେରୁ ଠାରେ ସାବେରୀ ନଈ କୂଳରୁ ଜଣକ ମୃତଦେହ ଉଦ୍ଧାର ହୋଇଥିଲା ।