ବନ୍ଦ ଘରୁ ଉଦ୍ଧାର ହେଲା ଭାଉଜ-ଦିଅରଙ୍କ ମୃତଦେହ । କେନ୍ଦୁଝର ନୂଆବନ୍ଧ ଗାଁରେ ଅଭାବନୀୟ ଘଟଣା । ପ୍ରେମ ଜନିତ କାରଣରୁ ବିଷ ପିଇ ଆତ୍ମହତ୍ୟା କରିଥିବା ସନ୍ଦେହ

2,204

କନକ ବ୍ୟୁରୋ: ବନ୍ଦ ଘର ଭିତରୁ ୨ ଜଣଙ୍କ ମୃତଦେହ ଉଦ୍ଧାର । ଦୁଇଟି ଘରୁ ଦିଅର ଓ ଭାଉଜଙ୍କ ମୃତଦେହ ଉଦ୍ଧାର ହୋଇଛି । କେନ୍ଦୁଝର ପାଟଣା ନୂଆବନ୍ଧ ଗାଁରେ ଏହି ଅଭାବନୀୟ ଘଟଣା ଘଟିଛି । ତେବେ ପ୍ରେମଜନିତ କାରଣରୁ ବିଷ ପିଇ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି ।

ଆଜି ଦୁଇଟି ଘରୁ ଦୁଇଟି ମୃତଦେହ ଉଦ୍ଧାର କରାଯାଇଛି । ତେବେ କିପରି ଏହି ଦୁଇଜଣଙ୍କର ମୃତ୍ୟୁ ଘଟିଛି ତାର କାରଣ ଏଯାବତ୍ ସ୍ପଷ୍ଟ ହୋଇନଥିଲେ ମଧ୍ୟ ପ୍ରେମ ଜନିତ କାରଣରୁ ଦୁହେଁ ଆତ୍ମହତ୍ୟା କରିଥିବା ପୁଲିସ୍ ସନ୍ଦେହ ପ୍ରକାଶ କରୁଛି । ତେବେ ଘଟଣାର ତଦନ୍ତ କରିବା ସହ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି ପୋଲିସ । ମହିଳା ଓ ପୁରୁଷ ଦୁହେଁ ସମ୍ପର୍କରେ ଦିଅର ଭାଉଜ ।

ଅନ୍ୟପଟେ, ମୃତ ଦୁଇଜଣ ସଂପର୍କରେ ହେଉଛନ୍ତି ଦିଅର, ଭାଉଜ । ତେବେ ଦୁହିଁଙ୍କ ମଧ୍ୟରେ କିଛି ପ୍ରେମ ସମ୍ପର୍କ ଗଢିଉଠିଥିବା ବେଳେ ଏହାକୁ ନେଇ ଘରେ ଅନେକ ସମୟରେ ଗଣ୍ଡୋଗୋଳ ହେଉଥିବା ବେଳେ ଏହି କାରଣରୁ ସେମାନେ ଆତ୍ମହତ୍ୟା କରିଥାଇପାରନ୍ତି ବୋଲି ଚର୍ଚ୍ଚା ହେଉଛି ।