ବ୍ରହ୍ମପର କୁକୁଡାଖଣ୍ଡିରେ ଏକ ଘରେ ବିସ୍ଫୋରଣ, ୨ମୃତ ୩ ଗୁରୁତର : ଘରେ ପଥର ଫଠାଇବାକୁ ଥିଲା ଜିଲୋଟିନ୍ ଷ୍ଟିକ୍

ଘଟଣାସ୍ଥଳରେ ପହଂଚିଲେ ପୋଲିସ ଓ ବୋମା ନିଷ୍କ୍ରିୟକାରୀ ଟିମ୍

81

କନକ ବ୍ୟୁରୋ : ବ୍ରହ୍ନପୁର କୁକୁଡାଖଣ୍ଡିରେ ବିସ୍ଫୋରଣ । କୁହାଯାଉଛି ଘରେ ରୋଷେଇ କରିବାବେଳେ ଗ୍ୟାସ ଟାଙ୍କି ଫାଟି ଯିବାରୁ ଘରସାରା ନିଆଁ ଖେଳାଇ ହୋଇଯାଇଥିଲା । ଫଳରେ ଘରେ ପଥର ଫଟାଇବାକୁ ରଖା ଯାଇଥିବା ଜେଲୋଟିନ ଷ୍ଟିକରେ ନିଆଁ ଲାଗି ଏଗୁଡିକ ବିସ୍ଫୋରଣ ହୋଇଥିଲା । ଖୁବ ଜୋରରେ ବିସ୍ଫୋରଣ ଯୋଗୁଁ ଘରେ ଥିବା ୫ ଜଣଙ୍କ ମଧ୍ୟରୁ ୨ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୩ ଜଣ ଗୁରୁତର ଆହତ ହୋଇଛନ୍ତି । ଏମାନଙ୍କୁ ବ୍ରହ୍ମପୁର ଏମକେସିଜି ମେଡିକାଲ କଲେଜରେ ଭର୍ତି କରାଯାଇଛି । ସେପଟେ ଘଟଣାସ୍ଥଳରେ ପୋଲିସ ଓ ବୋମା ନିଷ୍କ୍ରିୟକାରୀ ଦଳ ପହଂଚିଛନ୍ତି ।