କନକ ବ୍ୟୁରୋ : ବଲାଙ୍ଗୀର କଣ୍ଟାବାଞ୍ଜିରେ ଟ୍ରକ-ବୋଲେରୋ ମୁହାଁମୁହିଁ ଧକ୍କା । ଦୁର୍ଘଟଣାରେ ଦୁଇ ଜଣଙ୍କର ମୃତ୍ୟୁ, ଦୁଇ ଗୁରୁତର । ବଙ୍ଗୋମୁଣ୍ଡା ଥାନା ଫୁଗୁଡା ଛକରେ ଏହି ଦୁର୍ଘଟଣା ଘଟିଛି । ଦୁର୍ଘଟଣା ପରେ ଦୁଇ ଡ୍ରାଇଭର ଫେରାର ହୋଇଯାଇଥିବା ବେଳେ ୨ ଗୁରୁତର ବଙ୍ଗୋମୁଣ୍ଡା ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ଦୁଇ ମୃତକ ହେଲେ ବରଗଡ ଜିଲ୍ଲା ଗାଇସିଲେଟ ଥାନା ପହଁରେନମୁଣ୍ଡା ଗାଁର ଲିଙ୍ଗରାଜ ସରାଫ ଓ କିଶୋର ଦାସ । ଘଟଣାସ୍ଥଳରେ ବଙ୍ଗୋମୁଣ୍ଡା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
ଟ୍ରକ-ବୋଲେରୋ ମୁହାଁମୁହିଁ ଧକ୍କା : ଦୁଇ ଜଣଙ୍କର ମୃତ୍ୟୁ, ଦୁଇ ଗୁରୁତର; ପୋଲିସର ତଦନ୍ତ ଜାରି
/kanak/media/post_attachments/wp-content/uploads/2023/09/1691325974_1685363623_accident-4.jpg)