ବାତ୍ୟା ପାଇଁ ବନ୍ଦ ରହିବ ଶିକ୍ଷାନୁଷ୍ଠାନ: ୩ ଜିଲ୍ଲାରେ ୨ ଦିନ ପାଇଁ ସ୍କୁଲ, କଲେଜ ଛୁଟି । ପୁରୀ, କେନ୍ଦ୍ରାପଡା, ଜଗତସିଂହପୁର ଜିଲ୍ଲାପାଳଙ୍କ ଘୋଷଣା

4,219

କନକ ବ୍ୟୁରୋ: ବାତ୍ୟା ପାଇଁ ୩ ଜିଲ୍ଲାର ସମସ୍ତ ଶିକ୍ଷାନୁଷ୍ଠାନ ଛୁଟି । ୨ ଦିନ ବନ୍ଦ ରହିବ ୩ ଜିଲ୍ଲାର ସମସ୍ତ ସ୍କୁଲ, କଲେଜ । ପୁରୀ, କେନ୍ଦ୍ରାପଡା ଓ ଜଗତସିଂହପୁର ଜିଲ୍ଲାର ସବୁ ସ୍କୁଲ, କଲେଜ ଛୁଟି ଘୋଷଣା । ଆସନ୍ତାକାଲି ଓ ଶନିବାର ଏହି ଦୁଇ ଦିନ ଛୁଟି ନେଇ ୩ ଜିଲ୍ଲାର ଜିଲ୍ଲାପାଳଙ୍କ ଘୋଷଣା । ସ୍କୁଲ, କଲେଜ ସହ ଅଙ୍ଗନୱାଡି ମଧ୍ୟ ଛୁଟି ରହିବ । ସମ୍ଭାବ୍ୟ ବାତ୍ୟା ଆଶଙ୍କାରେ ୨ ଦିନ ଶିକ୍ଷାନୁଷ୍ଠାନ ବନ୍ଦ ରହିବା ନେଇ ବଡ ନିଷ୍ପତ୍ତି ।

ତେବେ କେନ୍ଦ୍ରାପଡାରେ ଶିକ୍ଷାନୁଷ୍ଠାନ ବନ୍ଦ ସହ ସମସ୍ତ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଛି । ୮ ତାରିଖ ଅପରାହ୍ଣରୁ ବର୍ଷା ଆରମ୍ଭ ହେଉଥିବାରୁ ୩ ଜିଲ୍ଲାର ଜିଲ୍ଲାପାଳ ଏଭଳି ନିଷ୍ପତ୍ତି ନେଇଛନ୍ତି ।

ସେପଟେ ବତ୍ୟା ଫୋନିର ଭୟ ପୁରୀବାସୀଙ୍କ ମନରୁ ଲିଭି ନଥିବା ବେଳେ ଆଉ ଏକ ବାତ୍ୟା ଆଶଙ୍କା ସମସ୍ତଙ୍କ ଭୟଭୀତ କରିଛି । ତେବେ ଏପରି ସ୍ଥଳରେ ଲୋକେ ଭୟଭୀତ ନହେବାକୁ ପୁରୀ ଜିଲ୍ଲାପାଳ କହିଛନ୍ତି । ବାତ୍ୟା ନେଇ ଲୋକେ ଆଦୌ ଆତଙ୍କିତ ନହୁଅନ୍ତୁ । ଜିଲ୍ଲା ପ୍ରଶାସନ ସମସ୍ତ ପ୍ରକାଶ ପ୍ରସ୍ତୁତି ଆରମ୍ଭ କରି ଦେଇଛି ବୋଲି ଜିଲ୍ଲାପାଳ କହିଛନ୍ତି ।

ସେପଟେ ବାତ୍ୟା ବୁଲବୁଲ ଓଡିଶାରେ ଲ୍ୟାଣ୍ଡଫଲ କରିନପାରେ କିନ୍ତୁ ଏହାର ପ୍ରଭାବ ଓଡିଶା ଉପରେ ପଡିବ । ବାତ୍ୟା ଓଡିଶା ପାଖ ଦେଇ ଗଲାବେଳେ ପବନର ବେଗ ୮୦-୯୦ କିଲୋମିଟର ରହିବ । ବାତ୍ୟା ଓଡିଶା ପାଖ ଦେଇ ପଶ୍ଚିମବଂଗ ଗଲା ବେଳେ ଓଡିଶାରେ ବର୍ଷା ଆରମ୍ଭ ହୋଇଯିବ । ୮, ୯ ଓ ୧୦ ତାରିଖରେ ଅଧିକ ବର୍ଷା ହେବ । ଜଗତସିଂହପୁର, କଟକ, ପୁରୀ, କେନ୍ଦ୍ରାପଡା, ବାଲେଶ୍ୱର, ଯାଜପୁର, ମୟୁରଭଞ୍ଜ ଜିଲ୍ଲାରେ ବର୍ଷା ଚେତାବନୀ ଦିଆଯାଇଛି ।