ଭୋଟ୍ ପାଇଁ ସରକାରୀ ଛୁଟି । ମତଦାନ ପାଇଁ ସରକାରୀ କର୍ମଚାରୀଙ୍କୁ ଦୁଇ ଦିନ ସ୍ବତନ୍ତ୍ର ଛୁଟି ଘୋଷଣା

Advertisment
ଭୋଟ୍ ପାଇଁ ସରକାରୀ ଛୁଟି । ମତଦାନ ପାଇଁ ସରକାରୀ କର୍ମଚାରୀଙ୍କୁ ଦୁଇ ଦିନ ସ୍ବତନ୍ତ୍ର ଛୁଟି ଘୋଷଣା

କନକ ବ୍ୟୁରୋ: ଆସନ୍ତା ସାଧାରଣ ନିର୍ବାଚନରେ ରାଜ୍ୟରେ ୪ଟି ପର୍ଯ୍ୟାୟରେ ମତଦାନ ହେବାକୁ ଥିବାବେଳେ ରାଜ୍ୟ ସରକାର ସରକାରୀ ଚାକିରିଆଙ୍କ ପାଇଁ ଦୁଇ ଦିନ ସ୍ବତନ୍ତ୍ର ଛୁଟି ଘୋଷଣା କରିଛନ୍ତି। ଯେଉଁ ସରକାରୀ ଚାକିରିଆ ମୁଖ୍ୟାଳୟ ବାହାରେ ଭୋଟ୍‌ ଦେବାକୁ ଚାହୁଁଥିବେ ସେମାନଙ୍କୁ ଦୁଇ ଦିନ ସ୍ବତନ୍ତ୍ର ସିଏଲ୍‌ ମିଳିବ।

publive-image

ଗତକାଲି ଏନେଇ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ ସମସ୍ତ ବିଭାଗକୁ ଜଣାଇଛନ୍ତି। ରାଜ୍ୟରେ ଏପ୍ରିଲ ୧୧, ଏପ୍ରିଲ ୧୮, ଏପ୍ରିଲ୍‌ ୨୩ ଏବଂ ଏପ୍ରିଲ ୨୯ରେ ଉଭୟ ଲୋକସଭା ଓ ବିଧାନସଭା ନିର୍ବାଚନ ପାଇଁ ମତଦାନ ହେବାକୁ ଥିବାବେଳେ ସରକାରୀ କର୍ମଚାରୀମାନଙ୍କୁ ଗତବର୍ଷ ଭଳି ଚଳିତବର୍ଷ ବି ଦୁଇଦିନ ଛୁଟି ଦେବାକୁ ନିଷ୍ପତ୍ତି ହୋଇଛି। ମତଦାନ ଦିନ ଏବଂ ଏହା ପରଦିନ ପାଇଁ ଏହି ସ୍ବତନ୍ତ୍ର ଛୁଟି ଉପଲବ୍ଧ ହେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe