ସଂକ୍ରମଣକୁ ରୋକିବାକୁ ମାଲକାନଗିରି ପ୍ରଶାସନର ପଦକ୍ଷେପ : ଆସନ୍ତାକାଲି ରାତି ୮ଟାରୁ ୧୨ ତାରିଖ ଯାଏଁ ପୌରାଞ୍ଚଳ ଓ ବାଲିମେଳା ଏନଏସି ଅଞ୍ଚଳ ସଟଡାଉନ ; ଦୁଇ ଦିନିଆ ସଟଡାଉନ ଘୋଷଣା କଲେ ଜିଲ୍ଲାପାଳ

Advertisment
ସଂକ୍ରମଣକୁ ରୋକିବାକୁ ମାଲକାନଗିରି ପ୍ରଶାସନର ପଦକ୍ଷେପ : ଆସନ୍ତାକାଲି ରାତି ୮ଟାରୁ ୧୨ ତାରିଖ ଯାଏଁ ପୌରାଞ୍ଚଳ ଓ ବାଲିମେଳା ଏନଏସି ଅଞ୍ଚଳ ସଟଡାଉନ ; ଦୁଇ ଦିନିଆ ସଟଡାଉନ ଘୋଷଣା କଲେ ଜିଲ୍ଲାପାଳ

କନକ ବ୍ୟୁରୋ : କରୋନା ସଂକ୍ରମଣର ଚେନ ଭାଙ୍ଗିବା ପାଇଁ ମାଲକାନଗିରି ପୌରାଞ୍ଚଳକୁ ସଟଡାଉନ ଘୋଷଣା କରିଛନ୍ତି ଜିଲ୍ଲାପାଳ । ବାଲିମେଳା ଏନଏସି ଅଂଚଳକୁ ମଧ୍ୟ ସଟଡାଉନ ଘୋଷଣା କରାଯାଇଛି । କରୋନା ସଂକ୍ରମଣ ଏଡାଇବାକୁ ଦୁଇ ଦିନିଆ ସଟଡାଉନ ଘୋଷଣା କରାଯାଇଛି । ଟୁଇଟ କରି ଏହି ସୂଚନା ଦେଇଛନ୍ତି ମାଲକାନଗିରି ଜିଲ୍ଲାପାଳ । ୧୦ ତାରିଖ ରାତି ୮ଟାରୁ ଏହି ସଟଡାଉନ୍ କଟକଣା ମାଲକାନଗିରି ପୌରାଞ୍ଚଳ ଓ ବାଲିମେଳା ଏନଏସି ଅଂଚଳରେ ଲାଗୁ ହେବ । ୧୨ ତାରିଖ ରାତି ୧୨ଟା ଯାଏଁ ଏହି କଟକଣା ବଳବତର ରହିବ । ମାଲକାନଗିରିରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ବେଳେ ସଂକ୍ରମଣର ଏହି ଚେନକୁ ଭାଙ୍ଗିବା ପାଇଁ ସଟଡାଉନ ନିଷ୍ପତି ନେଇ ଜିଲ୍ଲା ପ୍ରଶାସନ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe