ପ୍ରଥମ ଥର ପାଇଁ ମହାକାଶରେ ହେଲା ଚାଷ । ନାସାର ମହାକାଶଚାରୀ ଆନ୍ତର୍ଜାତୀୟ ସ୍ପେଶ ଷ୍ଟେସନରେ କଲେ ମୂଳା ଅମଳ ।

249

କନକ ବ୍ୟୁରୋ: ମହାକାଶରେ ମୂଳା ଚାଷ । ପ୍ରଥମ ଥର ପାଇଁ ମହାକାଶରେ ହେଲା ଚାଷ । ନାସାର ମହାକାଶଚାରୀମାନେ ଆନ୍ତର୍ଜାତୀୟ ସ୍ପେଶ ଷ୍ଟେସନରେ ମୂଳା ଅମଳ କରିଛନ୍ତି । ମୂଳା ଚାଷର ଏକ ମାସର ଭିଜୁଆଲକୁ ଏକ ଟାଇମ ଲାପ୍ସ ଭିଡିଓରେ ସ୍ଥାନ ଦିଆଯାଇଛି । ଯେଉଁଥିରେ ମାସେ ପର୍ଯ୍ୟନ୍ତ କିପରି ମୂଳା ଚାଷ ବଢିଚାଲିଥିଲା ତାହା ଦେଖିବାକୁ ମିଳିଛି ।

ମହାକାଶରେ ପ୍ରଥମ ଥର ପାଇଁ ହେଲା ଚାଷ । ନାସାର ମହାକାଶଚାରୀମାନେ ଆନ୍ତର୍ଜାତୀୟ ସ୍ପେଶ ଷ୍ଟେସନରେ ମୂଳା ଅମଳ କରିଛନ୍ତି । ମୂଳା ଚାଷର ଏକ ମାସର ଭିଜୁଆଲକୁ ଏକ ଟାଇମ ଲାପ୍ସ ଭିଡିଓରେ ସ୍ଥାନ ଦିଆଯାଇଛି । ଯେଉଁଥିରେ ମାସେ ପର୍ଯ୍ୟନ୍ତ କିପରି ମୂଳା ଚାଷ ବଢିଚାଲିଥିଲା ତାହା ଦେଖିବାକୁ ମିଳିଛି । ଆନ୍ତର୍ଜାତୀୟ ସ୍ପେଶ ଷ୍ଟେସନରେ ଆଡଭାନ୍ସ ପ୍ଲାଂଟ ହାବିଟାଟରେ ଏହି ମୂଳା ଚାଷ କରାଯାଇଥିଲା । ଆଡଭାନ୍ସ ପ୍ଲାଂଟ ହାବିଟାଟ ହେଉଛି ଏକ ଅଭିବୃଦ୍ଧି ପ୍ରକୋଷ୍ଠ ଯାହା ପ୍ରାୟ ଏକ ମିନି ଫ୍ରିଜ ଆକାରର । ମହାକାଶରେ ଉଦ୍ଭିଦ ଗୁଡିକର ବୃଦ୍ଧି ସ୍ଥିତିକୁ ପରୀକ୍ଷା କରିବା ପାଇଁ ଏହି ପରୀକ୍ଷଣ କରାଯାଇଥିଲା । ଏହି ପରୀକ୍ଷଣକୁ ପ୍ଲାଂଟ ହାବିଟାଟ-ଟୁ କୁହାଯାଏ । ଯେଉଁଠାରେ ଉଦ୍ଭିଦ ଗୁଡିକର ବୃଦ୍ଧି ଉପରେ ନଜର ରଖିବା ପାଇଁ ୨୦ଟି ଉଦ୍ଭିଦ ବୃଦ୍ଧି କରାଯାଇଥିଲା ।

ମୂଳା ଚାଷ କରିବାକୁ କାହିଁକି ନିଷ୍ପତିର ପ୍ରଶ୍ନରେ ନାସା ପକ୍ଷରୁ କୁହାଯାଇଛି ଯେ ମୂଳା ବେଶ ପୁଷ୍ଟିକର ଏବଂ ଏହାର ବୃଦ୍ଧି ମଧ୍ୟ ଖୁବ ଶୀଘ୍ର ହୋଇଥାଏ । ତେଣୁ ମୂଳା ଚାଷ କରିବାକୁ ନିଷ୍ପତି ନିଆଯାଇଥିଲା । ମହାକାଶରେ ବୃଦ୍ଧି ହୋଇଥିବା ଏହି ଉଦ୍ଭିଦ ଗୁଡିକୁ ଅତି ଯତ୍ନ ସହକାରେ କୋଲ୍ଡ ଷ୍ଟୋରେଜରେ ସାଇତି ରଖାଯାଇଛି । ୨୦୨୧ରେ ମହାକାଶରୁ ପୃଥିବୀକୁ ଫେରିବା ବଳେ ମହାକାଶଚାରୀ ଏହାକୁ ଅଧିକ ପରୀକ୍ଷଣ ପାଇଁ ସାଙ୍ଗରେ ନେଇ ଆସିବେ । ମୂଳା ଚାଷର ଏହି ଭିଜୁଆଲକୁ ଇଂଟରନ୍ୟାସନାଲ ସ୍ପେଶ ଷ୍ଟେସନର ଟ୍ୱିଟର ଆକାଉଂଟରେ ସେୟାର କରାଯାଇଛି ।