ଆରମ୍ଭ ହେଲା ୨ ଦିନିଆ ଆଇଏଏସ୍ ସମ୍ମିଳନୀ: ଜିଲ୍ଲାଗୁଡି଼କ ମଧ୍ୟରେ ପ୍ରତିଯୋଗିତାକୁ ଗୁରୁତ୍ୱ

144

କନକ ବ୍ୟୁରୋ: ରାଜ୍ୟରେ ଆରମ୍ଭ ହୋଇଛି ୨ ଦିନିଆ ଆଇଏଏସ୍ ସମ୍ମିଳନୀ । ଏହାକୁ ଉଦଘାଟନ କରିବା ସହ ନୂତନ ଓ ସଶକ୍ତ ଓଡି଼ଶା ଗଠନ ପାଇଁ ଜିଲ୍ଲାଗୁଡିକ ମଧ୍ୟରେ ପ୍ରତିଯୋଗିତା କରିବାକୁ ଆହ୍ୱାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିଶେଷ କରି ଦୁଇଟି ଦିଗ ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଦେଇଛନ୍ତି ।

ନୂତନ ଓଡି଼ଶା ଗଠନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ମନ୍ତ୍ର
୧- ସମସ୍ତ ବିକାଶମୂଳକ କାମକୁ କମ୍ ସମୟରେ କାର୍ଯ୍ୟକାରୀ କରିବା
୨- କଲ୍ୟାଣକାରୀ ଯୋଜନାକୁ ସମସ୍ତ ହିତାଧିକାରୀଙ୍କ ପାଖରେ ପହଂଚାଇବା

ଜିଲ୍ଲା ପ୍ରଶାସନ ଅଧିକରୁ ଅଧିକ ଲୋକଙ୍କ ପାଖରେ ପହଂଚିବା, ସେମାନଙ୍କ ଚିନ୍ତାର ବିଷୟକୁ ଖୋଜି ବାହାର କରିବା ସହ ସେଗୁଡିକର ଦ୍ରୁତ ଓ ସରଳ ସମାଧାନ କରିବା ପାଇଁ ଟେକ୍ନୋଲୋଜିର ବ୍ୟବହାର କରିବାକୁ ଉପଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।

ପ୍ରତି ପଂଚାୟତରେ ଖୋଲିବ ‘ମୋ ସେବା’ କେନ୍ଦ୍ର
ଗ୍ରାମପଂଚାୟତ ହେବ ମିନି ସେକ୍ରେଟାରିଏଟ୍!

ଏଣିକି ଲୋକଙ୍କୁ ଆଉ ଜିଲ୍ଲାପାଳ ଅଫିସ କିମ୍ବା ସଚିବାଳୟ ଦୌଡିବାକୁ ପଡିବ ନାହିଁ । ଗ୍ରାମ ପଂଚାୟତର ମୋ ସେବା କେନ୍ଦ୍ରରେ ୪୦୦ରୁ ଅଧିକ ସେବା ଯୋଗାଇ ଦିଆଯିବ ।
– ସବୁ ଜିଲ୍ଲାରେ ମିଶନ ଶକ୍ତି ମହିଳାଙ୍କ ପାଇଁ ଖୋଲିବ ଇଣ୍ଡଷ୍ଟ୍ରିଆଲ ପାର୍କ
– ଜଙ୍ଗଲରେ ନିଆଁ ଲିଭା କାର୍ଯ୍ୟ କରିବେ ସ୍ୱୟଂ ସହାୟକ ଗୋଷ୍ଠୀ
– ୫-ଟି ସ୍କୁଲର ରକ୍ଷଣାବେକ୍ଷଣ ଦାୟିତ୍ୱ ନେବେ ମିଶନ ଶକ୍ତି ମହିଳା
ମିଶନ ଶକ୍ତି ମହିଳାଙ୍କୁ ବଂଟାଯିବ ସାଇକେଲ
ପାଇବେ ସହରାଂଚଳର ୮ ହଜାର ମହିଳା

୮ ହଜାର ସ୍ୱଂୟ ସହାୟକ ମହିଳା, କିନ୍ନର ଓ ଅଳିଆ ଉଠାଳିଙ୍କୁ ସାଇକେଲ ବାଂଟିବ ନଗର ଉନ୍ନୟନ ବିଭାଗ । ବୁଧବାର ଦ୍ୱିତୀୟ ଦିନରେ କୋଣାର୍କ ଇକୋ ରି-ଟ୍ରିଟରେ ହେବ ଆଇଏଏସ ସମ୍ମିଳନୀ ।