କନକ ବ୍ୟୁରୋ: ପ୍ରକାଶ ପାଇଲା ପ୍ଲସ-ଟୁ କଟ୍ ଅଫ୍ ମାର୍କ । କଳା, ବାଣିଜ୍ୟ ଏବଂ ବିଜ୍ଞାନରେ କଟକର ରେଭେନ୍ସା ହାଇଅର ସେକେଣ୍ଡାରୀ ସ୍କୁଲ ଆଗରେ ରହିଛି । ପ୍ରଥମ ପର୍ଯ୍ୟାୟରେ ୪ ଲକ୍ଷ ୧୨ ହଜାର ୩୬୮ ଛାତ୍ରଛାତ୍ରୀ କାଲିଠୁ ନାମଲେଖାଇବା ପାଇଁ ମନୋନୀତ ହୋଇଛନ୍ତି । ସେପଟେ ରାଜଧାନୀର ପ୍ରତିଷ୍ଠିତ କଲେଜ ଗୁଡ଼ିକରେ କଟଅଫ୍ ମାର୍କ କମିବା ନେଇ ପ୍ରଶ୍ନ ଉଠାଇଛନ୍ତି ଶିକ୍ଷାବିତ । ପ୍ରଥମ କଟଅଫ ମାର୍କ ପ୍ରକାଶ ପାଇବା ପରେ କଳା, ବିଜ୍ଞାନ ଏବଂ ବାଣଜ୍ୟରେ ଛାତ୍ରଛାତ୍ରୀଙ୍କ ପ୍ରଥମ ପସନ୍ଦ ହୋଇଛି ରେଭେନ୍ସା ହାଇୟର ସେକେଣ୍ଡାରୀ ସ୍କୁଲ ।

Advertisment

ନଜର ପକାନ୍ତୁ କେଉଁ ଶିକ୍ଷାନୁଷ୍ଠାନର କେତେ ରହିଲା ପ୍ରଥମ କଟ-ଅଫ୍ ମାର୍କ ।
ବିଜ୍ଞାନରେ
ରେଭେନ୍ସାର କଟ୍-ଅଫ୍ ରହିଛି ୯୧.୭୬ ପ୍ରତିଶତ
ବାଲେଶ୍ୱର ଏଫ୍ଏମ୍ ୯୦ ପ୍ରତିଶତ
ବିଜେବିର କଟ୍-ଅଫ୍ ରହିଛି ୮୯ ପ୍ରତିଶତ
ସେହିପରି କଳା ରେ ବି ଆଗରେ ରହିଛି ରେଭେନ୍ସା
ରେଭେନ୍ସାର କଟ୍-ଅଫ୍ ରହିଛି ୮୦ ପ୍ରତିଶତ
ରାଉରକେଲା ସରକାରୀ ସେକେଣ୍ଡାରୀ ସ୍କୁଲ ୭୯ ପ୍ରତିଶତ
ଟିଟଲାଗଡ଼ ଡିଏଭି ହାଇଅର ସେକେଣ୍ଡାରୀ ସ୍କୁଲ୍ ୭୮.୬୭ ପ୍ରତିଶତ
ବାଣିଜ୍ୟ ରେ ମଧ୍ୟ ପ୍ରଥମ ପ୍ରସନ୍ଦ ପାଲଟିଛି ରେଭେନ୍ସା ହାଇଅର ସେକେଣ୍ଡାରୀ ସ୍କୁଲ
ରେଭେନ୍ସାର କଟ୍-ଅଫ୍ ରହିଛି ୭୯.୨୦ ପ୍ରତିଶତ
ରାଉରକେଲା ସରକାରୀ ସେକେଣ୍ଡାରୀ ସ୍କୁଲ ୭୭.୩୩ ପ୍ରତିଶତ
ବିଜେବିର କଟ୍-ଅଫ୍ ରହିଛି ୭୩ ପ୍ରତିଶତ

ପ୍ରଥମ ପର୍ଯ୍ୟାୟ କଟ୍-ଅଫ୍ ମାର୍କରେ ଭେଭେନ୍ସା ଆଗରେ ରହିଥିବା ବେଳେ ଏଥର ପଛରେ ପଡ଼ିଯାଇଛି ଭୁବନେଶ୍ୱରର ନାମୀ ଶିକ୍ଷାନୁଷ୍ଠାନ ବିଜେବି ହାଇୟର ସେକେଣ୍ଡାରୀ ସ୍କୁଲ, ରମାଦେବୀ, ବେସିକ୍ ସାଇନ୍ସ ଓ ରାଜଧାନୀ ଜୁନିୟର କଲେଜ୍ । ଶିକ୍ଷକ ଅଭାବ, ଛାତ୍ର ଅଶାନ୍ତି, ଘରୋଇ ଶିକ୍ଷାନୁଷ୍ଠାନ ସହ ପ୍ରତିଯୋଗିତାରେ ପଛରେ ପଡିବା ଯୋଗୁଁ ନାମୀ ଶିକ୍ଷାନୁଷ୍ଠାନ ପ୍ରତି ଛାତ୍ରଛାତ୍ରୀ ଓ ଅଭିଭାବକମାନେ ବିମୁଖ ହେଉଥିବା କହିଛନ୍ତି ଶିକ୍ଷାବିତ୍ ।

୭ରୁ ୧୩ ତାରିଖ ପର୍ଯ୍ୟନ୍ତ ପ୍ରଥମ ପର୍ଯ୍ୟାୟ ନାମଲେଖା ଆରମ୍ଭ
୧୯ ତାରିଖରେ ପ୍ରକାଶ ପାଇବ ଦ୍ୱିତୀୟ ପର୍ଯ୍ୟାୟ କଟ୍-ଅଫ୍ ମାର୍କ
୨୭ ତାରିଖରେ ସ୍ପଷ୍ଟ ସିଲେକ୍ସନ୍ ମେରିଟ୍ ଲିଷ୍ଟ ପ୍ରକାଶ ପାଇବ
ଅଗଷ୍ଟ ୧ ତାରିଖରୁ ପାଠପଢ଼ା ଆରମ୍ଭ ହେବ