କନକ ବ୍ୟୁରୋ : ଟିକାକରଣ କ୍ଷେତ୍ରରେ ଓଡ଼ିଶାର ନୂଆ ମାଇଲଷ୍ଟୋନ । ଓମିକ୍ରନ ଭାରିଆଣ୍ଟ ଦ୍ରୁତ ଗତିରେ ବ୍ୟାପୁଥିବା ବେଳେ ରାଜ୍ୟ ସରକାର ଟିକାକରଣ ଉପରେ ଗୁରୁତ୍ୱ ଦେଉଛନ୍ତି । କିଭଳି ପ୍ରତ୍ୟେକ ଲୋକକୁ ଟିକା ଦିଆଯିବ ସେଥିପାଇଁ ତୃଣମୂଳସ୍ତରରେ ପ୍ରଶାସନ ଉଦ୍ୟମ ଜାରି ରଖିଛି । ଆଉ ଏସବୁ ଭିତରେ ରାଜ୍ୟରେ ୨ କୋଟିରୁ ଅଧିକ ଲୋକ କରୋନା ଟିକାର ୨ୟ ଡୋଜ ନେଇଥିବା ନେଇ ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
#Odisha has achieved yet another significant milestone in the fight against #COVID19 as more than 2 crore people have received the second dose of vaccine. Commend the hard work of our healthcare workers in ensuring swift immunisation to save precious lives. #OdishaCarespic.twitter.com/0mZaejaAmp
— Naveen Patnaik (@Naveen_Odisha) December 28, 2021
ନବୀନ ଟ୍ୱିଟ୍ କରି ଲେଖିଛନ୍ତି, କରୋନା ମୁକାବିଲାରେ ଓଡ଼ିଶା ଆଉ ଏକ ମାଇଲଷ୍ଟୋନ ଅତିକ୍ରମ କରିଛି । ରାଜ୍ୟରେ ୨ କୋଟିରୁ ଅଧିକ ଲୋକ କରୋନା ଟିକାର ୨ୟ ଡୋଜ ନେଇଛନ୍ତି । ଆଉ ଏଥିପାଇଁ ସ୍ୱାସ୍ଥ୍ୟକର୍ମୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ନବୀନ । କରୋନା ମୁକାବିଲା ପାଇଁ ପ୍ରଥମରୁ ହିଁ ମୁଖ୍ୟମନ୍ତ୍ରୀଙ୍କ ଫୋକସରେ ରହି ଆସିଥିଲା ଟିକାକରଣ । ମାସ୍କ, ସାମାଜିକ ଦୂରତା ଓ କଟକଣା ସହ ଟିକାକରଣକୁ ମଧ୍ୟ ପ୍ରାଥମିକତା ଦେଇ ଆସିଛନ୍ତି ନବୀନ । ଖାସକରି ଟିକାକରଣ ପାଇଁ ରାଜ୍ୟ ସରକାର ସ୍ୱତନ୍ତ୍ର ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରିଥିଲେ । ଯେଉଁଥିପାଇଁ ଅତି ସୁରୁଖୁରରେ ଟିକା ନେଇଛନ୍ତି ଓଡ଼ିଶାବାସୀ । ଏହାସତ୍ତେ୍ୱ ମଧ୍ୟ ଯେଉଁମାନେ ଟିକା ନେଇନାହାନ୍ତି ସେମାନଙ୍କୁ ଯଥାଶୀଘ୍ର ଟିକା ନେବାକୁ ଅପିଲ କରିଛନ୍ତି ନବୀନ ।
ଏବେ ରାଜ୍ୟରେ ୩୪ ଲକ୍ଷ ଲୋକ ପ୍ରଥମ ଡୋଜ ଟିକା ନେଇନଥିବା ବେଳେ ୨୯ ଲକ୍ଷ ଲୋକ ଦ୍ୱିତୀୟ ଡୋଜ ଟିକା ନେଇନାହାନ୍ତି । ଏସବୁ ଭିତରେ ଆସନ୍ତା ୧୦ ତାରିଖରୁ ତୃତୀୟ ଡୋଜ ଟିକା ଦେବା ପାଇଁ ରାଜ୍ୟ ସରକାରଙ୍କ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ପ୍ରଥମେ ସ୍ୱାସ୍ଥ୍ୟକର୍ମୀ ଓ ୬୦ ବର୍ଷରୁ ଉଦ୍ଧ୍ୱର୍ ବହୁବିଧ ରୋଗରେ ଆକ୍ରାନ୍ତ ବ୍ୟକ୍ତିଙ୍କୁ ତୃତୀୟ ଡୋଜ ଟିକା ଦିଆଯିବ । ୬୦ ବର୍ଷରୁ ଉଦ୍ଧ୍ୱର୍ ବ୍ୟକ୍ତିଙ୍କୁ ତୃତୀୟ ଡୋଜ ଟିକା ପାଇଁ କୌଣସି ଡାକ୍ତରୀ ସାର୍ଟିିଫିକେଟ ଆବଶ୍ୟକ ନାହିଁ କେବଳ ଡାକ୍ତରଙ୍କ ପରାମର୍ଶ ନେଇ ଟିକା ନେଇପାରିବେ ବୋଲି କହିଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ।