ଭଦ୍ରକରେ ଏନକାଉଂଟର : ୨ ଅପରାଧୀଙ୍କୁ ଏନକାଉଂଟର କଲା ଗ୍ରାମାଂଚଳ ଥାନା ପୁଲିସ

ଦୁହିଁଙ୍କ ଗୋଡ଼ରେ ବାଜିଛି ଗୁଳି; ଭଦ୍ରକ ହସ୍ପିଟାଲରୁ କଟକ ସ୍ଥାନାନ୍ତର, ଏଟିଏମ ଟଙ୍କା ଲୁଟ ଘଟଣାରେ ଚଢ଼ାଉ କରୁଥିଲା ପୁଲିସ

134

କନକ ବ୍ୟୁରୋ : ୨ ଅପରାଧୀଙ୍କୁ ଏନକାଉଂଟର । ଏଟିଏମ୍ ଲୁଟରେ ସମ୍ପୃକ୍ତ ହୋଇଥିବା ଦୁଇ ଲୁଟେରାଙ୍କୁ ଏନକାଉଂଟର କରିଛି ଗ୍ରାମାଂଚଳ ଥାନା ପୁଲିସ । ଭଦ୍ରକ ଗ୍ରାମାଂଚଳ ଥାନା ବରପଦା ନିକଟରେ ଏନକାଉଂଟର ହୋଇଛି । ୨ ଜଣ ଅପରାଧୀ ବରପଦା ନିକଟରେ ଥିବା ବେଳେ ଭଦ୍ରକ ପୁଲିସ ସେମାନଙ୍କୁ ଏନକାଂଉଟର କରିଛି । ସେମାନଙ୍କ ନିକଟରୁ ମାରଣାସ୍ତ୍ର ଜବତ ହୋଇଛି । ଅପରାଧୀଙ୍କ ନିକଟରୁ ୩ଟି ପିସ୍ତଲ ସହ ମାରଣାସ୍ତ୍ର ଜବତ ହୋଇଛି । ତେବେ ୨ ଅପରାଧୀ ହେଉଛନ୍ତି ସୋର ଅଂଚଳର ପ୍ରହ୍ଲାଦ ଦାସ ଓ ନୀଳଗିରି ଅଂଚଳର ସୁଶାନ୍ତ ମଲ୍ଲିକ । ୨ ଅପରାଧୀ ଏଟିଏମରୁ ୨୯ ଲକ୍ଷ ଟଙ୍କା ଲୁଟରେ ସମ୍ପୃକ୍ତି ସନ୍ଦେହ କରାଯାଉଛି ।

ତେବେ ଲୁଟରେ ସମ୍ପୃକ୍ତ ଥିବା ୬ ଅପରାଧୀଙ୍କ ମଧ୍ୟରୁ ଦୁଇ ଜଣଙ୍କୁ ଏନକାଉଣ୍ଟର କରାଯାଇଥିବା ବେଳେ ୪ ଜଣ ଅପରାଧୀଙ୍କୁ ପୁଲିସ ଅଟକ ରଖିଥିବା ସୂଚନା ମିଳିଛି । ସେମାନଙ୍କ ନିକଟରୁ ୩ ବନ୍ଧୁକ , ଦୁଇ ଖଣ୍ଡା ଜବତ ହୋଇଥିବା ସୂଚନା ମିଳିଛି । ଡକାୟତି ପାଇଁ ଯୋଜନା କରୁଥିବା ବେଳେ ପୁଲିସ ଖବର ପାଇ ଯାଇଥିବା ବେଳେ ପୁଲିସ କୁ ପ୍ରତି ଆକ୍ରମଣ ହୋଇଥିବା ସୂଚନା ମିଳିଛି । ଏହି ଗ୍ୟାଙ୍ଗ ବହୁ ଲୁଟ ରେ ଜଡିତ ଥିବା ସୂଚନା ମିଳିଛି ଓ ଗ୍ୟାଙ୍ଗ ସହ ବିହାର ଲିଙ୍କର ସୂଚନା ମିଳିଛି । ଏନକାଉଣ୍ଟର ହୋଇଥିବା ଦୁଇ ଅପରାଧୀ ଙ୍କୁ ଅଧିକ ଚିକିତ୍ସା ପାଇଁ କଟକକୁ ସ୍ଥାନାନ୍ତର କରାଯାଇଛି ।