କାୟା ମେଲାଉଛି କରୋନା : ରାଜ୍ୟରେ କରୋନା ନେଲା ଆଉ ୨ ଜଣଙ୍କ ଜୀବନ । ମୃତକ ଦୁଇଜଣ ଗଞ୍ଜାମ ଜିଲ୍ଲାର , ରାଜ୍ୟରେ ମୋଟ କରୋନା ମୃତ୍ୟୁସଂଖ୍ୟା ୭୯ରେ ପହଞ୍ଚିଲା

407

କନକ ବ୍ୟୁରୋ : ରାଜ୍ୟରେ କରୋନା ସଂକ୍ରମଣରେ ଗଲା ଆଉ ୨ ଜୀବନ । ଏହି ଦୁଇ ମୃତକ ଗଂଜାମ ଜିଲ୍ଲାରୁ ବୋଲି ସୂଚନା ମିଳିଛି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ମୃତ୍ୟୁ ସଂଖ୍ୟା ୭୯କୁ ବଢିଯାଇଛି । ମୃତକଙ୍କ ମଧ୍ୟରେ ୫୧ ବର୍ଷୀୟ ଜଣେ ବ୍ୟକ୍ତି ପୂର୍ବରୁ ମୋରବିଡ଼୍ ଓବେସିଟି ରୋଗାଗ୍ରସ୍ତ ଥିଲେ ଏବଂ ୩୪ ବର୍ଷୀୟ ଆଉ ଜଣେ ବ୍ୟକ୍ତି ହାଇପର୍ ଟେନସନ୍ ରେ ପୀଡ଼ିତ ଥିଲେ । ତେବେ ଏଥିମଧ୍ୟରେ ରାଜ୍ୟରେ କରୋନା ମୃତ୍ୟୁସଂଖ୍ୟା ୭୯ରେ ପହଞ୍ଚିଲା । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ।

ଆଜି ଗୋଟିଏ ଦିନରେ ୨୩ ଜିଲ୍ଲାରୁ ୪୯୪ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ମିଳିଥିବା ସୂଚନା ଅନୁସାରେ, ସଂଗରୋଧ କେନ୍ଦ୍ରରୁ ୩୨୨ ଓ ସ୍ଥାନୀୟ ଅଂଚଳରୁ ୧୭୨ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗଂଜାମରୁ ୨୪୬, ଖୋର୍ଦ୍ଧା-୬୪, ବାଲେଶ୍ୱର-୨୧, କଟକ-୨୧, ଭଦ୍ରକ-୭, ବଲାଙ୍ଗୀର-୩, ବୌଦ୍ଧ-୨, ଅନୁଗୁଳ-୧, ଜଗତସିଂହପୁର-୧, ଯାଜପୁର-୧୫, କଳାହାଣ୍ଡି-୨, କେନ୍ଦ୍ରାପଡା-୧୧, କେନ୍ଦୁଝର-୧୦, କୋରାପୁଟ, ମାଲକାନଗିରି, ନବରଙ୍ଗପୁର, ସମ୍ବଲପୁରରୁ ୪ ଜଣ ଲେଖାଏଁ ଆକ୍ରାନ୍ତ ହୋଇଛନ୍ତି ଚିହ୍ନଟ । ନୟାଗଡ-୧୬, ନୂଆପଡା-୯, ପୁରୀ-୭, ରୟଗଡା-୧, ସୁନ୍ଦରଗଡ-୧୦ ଓ ମୟୂରଭଂଜପୁ ୧୪ ଆକ୍ରାନ୍ତ ହୋଇଛନ୍ତି ଚିହ୍ନଟ । ବର୍ତମାନ ସୁଦ୍ଧା ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୫ ହଜାର ୩୯୨ ଏବଂ ଏ ପର୍ୟ୍ୟନ୍ତ ସୁସ୍ଥ ହୋଇଛନ୍ତି ୧୦ ହଜାର ୪୭୬ । ସେହିପରି ମୃତକଙ୍କ ସଂଖ୍ୟା ୭୦ ପାର ହୋଇଛି ।