କ୍ୟାପିଟାଲ ହସ୍ପିଟାଲରେ ୨ କରୋନା ସନ୍ଦିଗ୍ଧ! ହସ୍ପିଟାଲର ସ୍ୱତନ୍ତ୍ର ପ୍ରକୋଷ୍ଠରେ ରଖି କରାଯାଉଛି ଚିକିତ୍ସା ।

354

କନକ ବ୍ୟୁରୋ : କ୍ୟାପିଟାଲ ହସ୍ପିଟାଲରେ କରୋନା ସନ୍ଦିଗ୍ଧ । ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲରେ ୨ କରୋନା ସନ୍ଦିଗ୍ଧଙ୍କୁ ରଖି ଚିକିତ୍ସିତ କରାଯାଉଛି । ହସ୍ପିଟାଲର ସ୍ୱତନ୍ତ୍ର ପ୍ରକୋଷ୍ଠରେ ରଖି ଉଭୟଙ୍କର ଚିକିତ୍ସା କରାଯାଉଛି । ଉଭୟ ସନ୍ଦିଗ୍ଧଙ୍କ ସ୍ୱାବ ପରୀକ୍ଷା ପାଇଁ ପଠାଯିବ ଓ ରିପୋର୍ଟ ଆସିବା ପରେ ରୋଗ ବାବଦରେ ସ୍ପଷ୍ଟ ଭାବେ ଜଣାପଡିବ । ତେଣୁ ରିପୋର୍ଟ ଆସିବା ପର୍ଯ୍ୟନ୍ତ ଉଭୟ ସନ୍ଦିଗ୍ଧଙ୍କୁ କ୍ୟାପିଟାଲ ହସ୍ପିଟାଲରେ ରଖାଯିବ ଓ ସେତେବେଳ ଯାଏଁ ହସ୍ପିଟାଲ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା ଯୋଗାଇ ଦିଆଯିବ ।

ଏସବୁ ଭିତରେ ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୧କୁ ବୃଦ୍ଧିପାଇଛି । ସନ୍ଦିଗ୍ଧଙ୍କ ସଂଖ୍ୟା ବି ବଢୁଛି । ରାଜ୍ୟରେ କରୋନାର ମୁକାବିଲା ଏବଂ ସତର୍କତା ଉପରେ ଜୋର ଦେଇଛନ୍ତି ସରକାର । କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସହ କରୋନା ସ୍ଥିତି ନେଇ ଆଲୋଚନା କରିଛନ୍ତି ଓଡ଼ିଶା ସ୍ୱାସ୍ଥ୍ୟ ବିଭାଗର ଅଧିକାରୀ । ଆଉ ଓଡିଶା ବଜାରରେ ବଢ଼ି ଯାଇଛି ମାସ୍କ ଓ ସାନିଟାଇଜରର ଚାହିଦା । ଗୋଟିଏ ଗୋଟିଏ ମାସ୍କ ୨ ଶହରୁ ୨୫୦ ଟଙ୍କାରେ ବିକ୍ରୀ ହେଉଛି । ଆଉ ଏହାରି ଭିତରେ କରୋନାକୁ ନେଇ ସାରା ଭାରତରେ ସତର୍କତା ଆହୁରି ବ୍ୟାପକ ହୋଇଛି ।