ନାବାଳିକା ଗଣଦୁଷ୍କର୍ମ ମାମଲାରେ ୨ ଦୋଷୀଙ୍କୁ ମୃତ୍ୟୁ ଦଣ୍ଡାଦେଶ। ଜଗତସିଂହପୁର ପକ୍ସୋ ଫାଷ୍ଟଟ୍ରାକ କୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ।
କନକ ବ୍ୟୁରୋ: ଜଗତସିଂହପୁର ଜିଲ୍ଲା ପକ୍ସୋ ଫାଷ୍ଟଟ୍ରାକ କୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ । ୮ ବର୍ଷର ନାବାଳିକାକୁ ଗଣଦୁଷ୍କର୍ମ ଓ ହତ୍ୟା ଅଭିଯୋଗରେ ଦୁଇ ଦୁଷ୍କର୍ମକାରୀଙ୍କୁ ମୃତ୍ୟୁ ଦଣ୍ଡାଦେଶ ଦେଇଛନ୍ତି କୋର୍ଟ । ୨୦୧୪ ମସିହା ଅଗଷ୍ଟ ୨୧ ତାରିଖରେ ତିର୍ତ୍ତୋଲ ଥାନା ଅନ୍ତର୍ଗତ କ୍ରିଷ୍ଣାନନ୍ଦପୁର ଅଞ୍ଚଳରେ ଜଣେ ନାବାଳିକା ନିକଟସ୍ଥ ଏକ ଦୋକାନକୁ ଚକଲେଟ କିଣିବାକୁ ଆସିଥିଲେ । ଏହି ସମୟରେ ଶେଖ୍ ଆସିଫ ଓ ଶେଖ ଆକିଲ ନାବାଳିକାର ମୁହଁ ବନ୍ଦ କରି ଅପହରଣ କରିବା ସହିତ ଏକ ନିର୍ଜନ ସ୍ଥାନକୁ ନେଇ ଗଣଦୁଷ୍କର୍ମ କରିବା ପରେ ହତ୍ୟା କରିଥିଲେ । ପରେ ଏ ନେଇ ଅଭିଯୋଗ ହେବା ପରେ ୪ ଜଣ ଅଭିଯୁକ୍ତଙ୍କୁ ପୁଲିସ ଗିରଫ କରିଥିଲା । ଆଜି ଜଗତସିଂହପୁର ଫାଷ୍ଟଟ୍ରାକ କୋର୍ଟ ମାମଲାର ଶୁଣାଣି କରି ୨୭ ସାକ୍ଷୀଙ୍କ ଆଧାରରେ ଦୁଇଜଣଙ୍କୁ ନିର୍ଦ୍ଦୋଷରେ ଖଲାସ କରିବା ସହ ଶେଖ ଆସିଫ ଓ ଶେଖ ଆକିଲଙ୍କୁ ମୃତ୍ୟୁ ଦଣ୍ଡାଦେଶ ଦେଇଛନ୍ତି ।