ଧାନ କାଟିବାକୁ ଯାଇଥିଲେ ପରିବାର ଲୋକ, ଫେରିବା ବେଳକୁ କୂଅରେ ପଡି ୨ ଶିଶୁ ମୃତ । ଢେଙ୍କାନାଳରୁ ଆସିଲା ଅଭାବନୀୟ ଘଟଣା ।   

ଧାନ କାଟିବାକୁ ଯାଇଥିଲେ ପରିବାର ଲୋକ, ଫେରିବା ବେଳକୁ କୂଅରେ ପଡି ୨ ଶିଶୁ ମୃତ । ଢେଙ୍କାନାଳରୁ ଆସିଲା ଅଭାବନୀୟ ଘଟଣା ।    

କନକ ବ୍ୟୁରୋ : ଢେଙ୍କାନାଳରୁ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଢେଙ୍କାନାଳ ମଧୁସାହୁ ପାଟଣା ବିମ୍ବୋଳି ନଟକଟା ଗାଁରେ ଅଘଟଣ । କୂଅରେ ପଡି ଦୁଇ ଶିଶୁ ମୃତ । ମୃତ ଶିଶୁ ଦୁଇ ଜଣ ନଟକଟା ଗାଁର ‘କମ୍ପାନୀ’ ପ୍ରଧାନଙ୍କ ପୁଅ ରଞ୍ଜିତ ଓ ସଞ୍ଜିତ ପ୍ରଧାନ । ଦୁଇ ପିଲାଙ୍କୁ ଛାଡି ଘର ଲୋକ ବିଲକୁ ଧାନ କାଟିବାକୁ ଯାଇଥିବା ବେଳେ ଏଭଳି ଅଘଟଣ ଘଟିଛି ।

ସୂଚନା ଅନୁସାରେ, ଶନିବାର ସଂଧ୍ୟାରୁ  ଉଭୟ ଶିଶୁ ନିଖୋଜ ଥିବା ବେଳେ ଆଜି କୁଅରୁ ମୃତଦେହ ଉଦ୍ଧାର କରାଯାଇଛି । ଦୁଇ ନୀରିହ ଶିଶୁଙ୍କ ମୃତ୍ୟୁକୁ ନେଇ ସ୍ଥାନୀୟ ଅଂଚଳରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe