କନକ ବ୍ୟୁରୋ : ଢେଙ୍କାନାଳରୁ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଢେଙ୍କାନାଳ ମଧୁସାହୁ ପାଟଣା ବିମ୍ବୋଳି ନଟକଟା ଗାଁରେ ଅଘଟଣ । କୂଅରେ ପଡି ଦୁଇ ଶିଶୁ ମୃତ । ମୃତ ଶିଶୁ ଦୁଇ ଜଣ ନଟକଟା ଗାଁର ‘କମ୍ପାନୀ’ ପ୍ରଧାନଙ୍କ ପୁଅ ରଞ୍ଜିତ ଓ ସଞ୍ଜିତ ପ୍ରଧାନ । ଦୁଇ ପିଲାଙ୍କୁ ଛାଡି ଘର ଲୋକ ବିଲକୁ ଧାନ କାଟିବାକୁ ଯାଇଥିବା ବେଳେ ଏଭଳି ଅଘଟଣ ଘଟିଛି ।
ସୂଚନା ଅନୁସାରେ, ଶନିବାର ସଂଧ୍ୟାରୁ ଉଭୟ ଶିଶୁ ନିଖୋଜ ଥିବା ବେଳେ ଆଜି କୁଅରୁ ମୃତଦେହ ଉଦ୍ଧାର କରାଯାଇଛି । ଦୁଇ ନୀରିହ ଶିଶୁଙ୍କ ମୃତ୍ୟୁକୁ ନେଇ ସ୍ଥାନୀୟ ଅଂଚଳରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2023/12/15-11.jpg)