କନକ ବ୍ୟୁରୋ: ଶ୍ରାବଣ ଶେଷ ସୋମବାର ଶିବ ଦର୍ଶନ ଓ ଜଳାଭିଷେକ ପାଇଁ ଜିଲ୍ଲାର ବିଭିନ୍ନ ଶୈବ ପୀଠରେ ପ୍ରବଳ ଗହଳି ଦେଖିବାକୁ ମିଳିଥିବା ବେଳେ ମିନାଝୋଲାକୁ ଦର୍ଶନ ପାଇଁ ଆସିଥିବା ଦୁଇ ଶିଶୁ ବଂଶଧାରା ନଦୀରେ ଭାସି ନିଖୋଜ ହୋଇଯାଇଛନ୍ତି। ରାୟଗଡା ଜିଲ୍ଲା ଚନ୍ଦ୍ରପୁର ବ୍ଲକ ଅନ୍ତର୍ଗତ ବଂଶଧାରା ନଦୀ ମଝିରେ ମିନାଝୋଲା ଶିବ ଲିଙ୍ଗ ରହିଥିବା ବେଳେ କନ୍ଧମାଳ ଜିଲ୍ଲା କୋଟଗଡ ବ୍ଲକ ଶ୍ରୀରାମପୁର ଗ୍ରାମରୁ ପରିବାର ସହ ଶିବ ଦର୍ଶନ କରିବାକୁ ଆସିଥିବା ବେଳେ ଏଭଳି ଅଘଟଣ ଘଟିଛି। ଭାସିଯାଇଥିବା ଦୁଇଜଣ ମଧ୍ୟରେ ଜଣେ ୯ବର୍ଷର ନାବାଳାକ ରତ୍ନାକର ବଡନାୟକ ଓ ଅନ୍ୟଜଣେ ୧୦ବର୍ଷର ନାବାଳିକା ସ୍ମୃତି ବଡସେଟ୍ ରହିଥିବା ସୁଚନା। ପୋଲିସ, ଚନ୍ଦ୍ରପୁର ଦମକଳ ବାହିନୀ ଓ ଭାମିନିର ଦ୍ବିତୀୟ ଆଇଆର୍ବିଏନ୍ କ୍ୟାମ୍ପର ଓଡ୍ରାଫ୍ ଟିମ୍ ଘଟଣା ସ୍ଥଳରେ ପହଞ୍ଚି ଖୋଜାଖୋଜି ଜାରି ରଖିଛନ୍ତି।