କମେଣ୍ଟମରାକୁ ନେଇ ସମ୍ବଲପୁରରେ ମହାଭାରତ । ଗାଁ ଦାଣ୍ଡରେ ୫ ଜଣଙ୍କୁ ଗୋଡାଇ ଗୋଡାଇ ଟାଙ୍ଗିଆରେ ହାଣିଲେ ଦୃର୍ବୁତ

1,072

କନକ ବ୍ୟୁରୋ : ସୀମା ଟପିିଗଲା ନୃଶଂସତା । ଗାଁ ଦାଣ୍ଡରେ ବୀଭତ୍ସ ହତ୍ୟା । ଗୋଡାଇ ଗୋଡାଇ ଟାଙ୍ଗିଆରେ ହାଣିଲେ ଦୃର୍ବୁତ । କମେଣ୍ଟମରାକୁ ନେଇ ସମ୍ବଲପୁରରେ ଘଟିଛି ନୃଶଂସ ହତ୍ୟାକାଣ୍ଡ । ଦୁଇ ଭାଇଙ୍କର ମୃତ୍ୟୁ ହୋଇଥିବାବେଳେ ଅନ୍ୟଜଣଙ୍କ ଅବସ୍ଥା ସଂକଟାପର୍ଣ୍ଣ ରହିଛି । ସେପଟେ ୪ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି ପୁଲିସ ।

ସାମାନ୍ୟ ବିବାଦରୁ ଗାଁ ଦାଣ୍ଡରେ ରକ୍ତପାତ । ଯୁଯୁମରା ଥାନା ଭଣ୍ଡାରିମାଲ ଗାଁରେ ୫ଜଣଙ୍କୁ ଗୋଡାଇ ଗୋଡାଇ ହାଣିଛନ୍ତି ଦୁବୃର୍ତ । ଏପରି କି କାଠ ଗଣ୍ଡି ଉପରେ ପକାଇ ଅତି ନୃଶଂସ ଭାବେ ହାଣି ପକାଇଛନ୍ତି । ଘଟଣାସ୍ଥଳରେ ୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଦୁଇ ଜଣ ଗୁରୁତର ହୋଇଛନ୍ତି । ଏହି ଘଟଣାରେ ମୁଖ୍ୟ ଅଭିଯୁକ୍ତଙ୍କୁ ଧରି ନେଇ ପଚରାଉଚରା କରୁଛି ପୁଲିସ ।

ଯୁଯୁମରା ଭଣ୍ଡାରିମାଲ । ସୋମବାର ରାତି ପ୍ରାୟ ୮ଟା ।ଗାଁର ଏକ ପୂର୍ବ ବିବାଦର ସମାଧାନ ପାଇଁ ଭଣ୍ଡାରିମାଲ ତଳିପଡ଼ାର ଦୁଇ ଭାଈ ଶଶୀଭୁଷଣ କୁମରା ଓ ଅରବିନ୍ଦ କୁମରା ବିପକ୍ଷ ଗୋଷ୍ଠୀଙ୍କ ପାଖକୁ ଆସିଥିଲେ । ଏମାନେ ପହଂଚିବା ପୁର୍ବରୁ ପ୍ରସ୍ତୁତ ହୋଇ ରହିଥିବା ଅଭିଯୁକ୍ତ ୪ ଭାଈ ଏବଂ ତାଙ୍କର ଜଣେ ସାଙ୍ଗ ଅଚାନକ ଆକ୍ରମଣ କରିଥିଲେ । ପ୍ରଥମେ ମୁଣ୍ଡରେ ହାଣିବା ପରେ ଗୋଡ଼ ହାଣି ଦେଇଥିଲେ ।

 ଗତ ୨୨ ତାରିଖରେ ମୃତକଙ୍କ ସଂପର୍କୀୟ ଭାଇ ଦିଲେଶ୍ୱର ମଦ ପିଇ ଗାଁରେ ଗାଳିଗୁଜ କରିବାରୁ ବାବଦର ସୂତ୍ରପାତ ହୋଇଥିଲା । ସେହି ବିବାଦର ସମାଧାନ ପାଇଁ ଯାଇଥିଲେ ମୃତକ ଦୁଇ ଭାଇ ଶଶୀଭୁଷଣ ଓ ଅରବିନ୍ଦ ।