କନକ ବ୍ୟୁରୋ : ଲୋକଙ୍କୁ ନଦେଇ ଟିକା ବିକି ଦେଲେ ସ୍ୱାସ୍ଥ୍ୟ ବିଭାଗର କର୍ମଚାରୀ । କେନ୍ଦୁଝର ଜିଲ୍ଲା ହାଟଡ଼ିହି ବ୍ଲକ ଡ଼ଅଁର ପଂଚାୟତ ସରଳା ପ୍ରାଥମିକ ବିଦ୍ୟାଳୟରେ କରୋନା ଟିକା ଦାନ ଶିବିର ଆୟୋଜନ କରାଯାଇଥିଲା । ଶିବିରକୁ ଟିକା ନେଇ ଯାଉଥିବା ସ୍ୱାସ୍ଥ୍ୟ ବିଭାଗର କର୍ମଚାରୀ ମାନେ ବାଟରେ ଟିକା ବିକ୍ରି କରି ଦେଇଥିବା ଅଭିଯୋଗ ହୋଇଛି ।
ଏହାକୁ କେନ୍ଦ୍ର କରି ଗାଁରେ ତୀବ୍ର ଉତେଜନା ପ୍ରକାଶ ପାଇବା ସହ କିଛି ଲୋକ ଟିକା ନନେଇ ଫେରିଯାଇଥିବା ଅଭିଯୋଗ ହୋଇଛି । ଏହି ଟିକା କେନ୍ଦ୍ରରେ ୧୨୦ଜଣଙ୍କୁ ଟିକା ଦେବା ପାଇଁ ବ୍ୟବସ୍ଥା କରାଯାଇଥିଲା । ଟିକା ନେବାକୁ ଲୋକେ ସକାଳୁ ସକାଳୁ କେନ୍ଦ୍ରରେ ଭିଡ଼ ଜମାଇଥିଲେ । କିନ୍ତୁ ଟିକା ନେଇ ଯାଉଥିବା ସ୍ୱାସ୍ଥ୍ୟକର୍ମୀ ବହୁ ବିଳମ୍ବରେ ପହଂଚିଥିଲେ । ଏହା ପୂର୍ବରୁ ସମ୍ପୃକ୍ତ କର୍ମଚାରୀ ମାନେ ବାଟରେ ଟିକା ବିକ୍ରି କରିଥିବାର ଏକ ଭିଡ଼ିଓ ଗ୍ରାମବାସୀଙ୍କ ନିକଟରେ ପହଂଚି ସାରିଥିଲା । ଏହାକୁ କେନ୍ଦ୍ରକରି ଘଟଣାସ୍ଥଳରେ ତୀବ୍ର ଉତେଜନା ପ୍ରକାଶ ପାଇଥିଲା ।
ସମସ୍ତଙ୍କ ଉପସ୍ଥିତିରେ ଟିକାର ଭାଏଲ ଗୁଡ଼ିକୁ ଯାଂଚ କରାଯାଇଥିଲା । ୧୨ଟି ଭାଏଲରୁ ଗୋଟିଏ ସିଲ ଖୋଲାଥିବା ବେଳେ ସେଥିରେ ଆବଶ୍ୟକ ପରିମାଣର ଟିକା ନଥିବା ଦେଖିବାକୁ ମିଳିଥିଲା । ଗ୍ରାମବାସୀ ମାନେ ଏହାର ପ୍ରତିବାଦ କରିବା ସହ ଟିକାଦାନ କେନ୍ଦ୍ରରେ ପାଟିତୁଣ୍ଡ କରିଥିଲେ । ଟିକା ଦେବାକୁ ଯାଇଥିବା କର୍ମଚାରୀ ମାନେ ବାଟରେ ସେମାନଙ୍କର କିଛି ସମ୍ପର୍କୀୟଙ୍କୁ ଟିକା ଦେଇଦେଇଥିବା ସ୍ୱିକାର କରିବା ସହ ଲୋକଙ୍କୁ କ୍ଷମା ମାଗିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/06/Screen-Shot-2021-06-27-at-2.34.07-PM.png)