ବର୍ଷ ଶେଷ ସୁଦ୍ଧା ଦୂର ହେବ ଟିକା ଅଭାବ । ବିଭିନ୍ନ କମ୍ପାନିରୁ ମିଳିବ ପାଖାପାଖି ୨୧୬ କୋଟି ଡୋଜ ଟିକା । 

195

କନକ ବ୍ୟୁରୋ : ଆସନ୍ତା ଅଗଷ୍ଟରୁ ଡିସେମ୍ବର ମଧ୍ୟରେ ଦେଶରେ ଥିବା କରୋନା ଟିକାର ଅଭାବ ଦୂର ହୋଇଯ଼ିବ । ଏହି ସମୟ ସୁଦ୍ଧା ଦେଶରେ ପ୍ରାୟ ୨୧୬ କୋଟି ଡୋଜ୍ ଟିକା ଉପଲବ୍ଧ ହୋଇଥିବା ଆଶା କରାଯ଼ାଉଛି ବୋଲି ସରକାରଙ୍କ କୋଭିଡ ଟାସ୍କଫୋର୍ସର ମୁଖ୍ୟ ଡାକ୍ତର ଭି.କେ. ପଲ କହିଛନ୍ତି ।

କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟର ସାମ୍ବାଦିକ ସମ୍ମିଳନୀରେ ସେ ସୂଚନା ଦେଇଛନ୍ତି ଯ଼େ ଆସନ୍ତା ଡିସେମ୍ବର ସୁଦ୍ଧା ସେରମ ଇନଷ୍ଟିଚ୍ୟୁଟ ପକ୍ଷରୁ ପ୍ରାୟ ୭୫ କୋଟି ଡୋଜ୍ କୋଭିସିଲଡ ଟିକା ଯ଼ୋଗାଇବ । ସେହିପରି ଭାରତ ବାୟୋଟେକ ୫୫ କୋଟି ଟିକା ଯ଼ୋଗାଇବ । ସେହିପରି ଏବେ ୩ୟ ପର୍ଯ୍ୟାୟ ପରୀକ୍ଷଣ ସ୍ତରରେ ଥିବା ଟିକା ବାୟୟୋ ଇ ଓ କାର୍ଡିଲାର ଜାଇକୋଭ ଡି ଟିକା ଯ଼ଥାକ୍ରମେ ୩୦ କୋଟି ଓ ୫ କୋଟି ଟିକା ଉପଲବ୍ଧ ହେବ । ସିରମର ୨୦ କୋଟି ଡୋଜ୍ ନୋଭାଭାକ୍ସ ଟିକା ଓ ଭାରତ ବାୟୋଟେକର ୧୦ କୋଟି ନାଜାଲ ଭାକ୍ସିନ , ଜୋନାଭାର ୬ କୋଟି ଡୋଜ୍ ଟିକା ଓ ୧୫ କୋଟି ସ୍ପୁଟନିକ ଟିକା ଉପଲବ୍ଧ ହେବ ବୋଲି ସେ କହିଛନ୍ତି ।

ସମଗ୍ର ବିଶ୍ବରେ ଯ଼େତେ ପରିମାଣର ଟିକା ଦିଆଯ଼ାଇଛି ତାହାର ୧୩ ପ୍ରତିଶତ ଟିକା ଭାରତରେ ଦିଆଯ଼ାଇଛି । ଭାରତରେ ଏପର୍ଯ୍ୟନ୍ତ  ପ୍ରାୟ ୧୭.୭୨ କୋଟି ଟିକା ଦିଆଯ଼ାଇଛି ବୋଲି ଡାକ୍ତର ପଲ କହିଛନ୍ତି । ଦେଶରେ ଗତ କିଛି ସପ୍ତାହ ମଧ୍ୟରେ ୧୮୭ଟି ଜିଲ୍ଲାରେ କରୋନା ସଂକ୍ରମଣ ହାର ନିୟମିତଭାବେ କମୁଥିବା ଲକ୍ଷ୍ୟ କରାଯ଼ାଇଛି ବୋଲି ସ୍ବାସ୍ଥ୍ୟ ମନ୍ତ୍ରାଳୟର ଯ଼ୁଗ୍ମ ସଚିବ ଲବ ଅଗ୍ରଓ୍ବାଲ କହିଛନ୍ତି ।