କନକ ବ୍ୟୁରୋ : ଆଜି ଗୋଟିଏ ଦିନରେ ଦୁଇ ଦୁଇଟି ବଡ ଲୁଟ ଘଟଣା ପୋଲିସର ନିଦ ହଜେଇଦେଇଛି । ଗୋଟିଏ ବାଙ୍କିରେ ଏବଂ ଆଉ ଗୋଟିଏ ଖୋର୍ଦ୍ଧାରେ । ତେବେ ଏନେଇ ଏଯାଏଁ ପୋଲିସ ହାତରେ କୌଣସି ସୁରାକ ଲାଗିନାହିଁ । ଲୁଟେରାଙ୍କୁ ଧରିବା ପାଇଁ ପୋଲିସ ତଦନ୍ତ ଜାରି ରଖିଛି ।
ଆଜି ଅପରାହ୍ନରେ ବାଙ୍କି ଷ୍ଟେଟ ବ୍ୟାଙ୍କ ନିକଟରୁ ଜଣେ ଗ୍ୟାସ ଏଜେନ୍ସିର ମାଲିକଙ୍କ ଠାରୁ ୪ଲକ୍ଷ ୯୬ ହଜାର ଟଙ୍କା ଲୁଟିନେଲେ ଦୁବୃର୍ତ । ସେ ଟଙ୍କା ଜମା କରିବାକୁ ଆସୁଥିବା ସମୟରେ ୩ଜଣ ଦୁବୃର୍ତ ଏକ ବାଇକରେ ଆସିଥିଲେ । ତାଙ୍କୁ ମାରଣାସ୍ତ୍ର ଦେଖାଇ ଟଙ୍କା ଲୁଟ କରିବା ପରେ ଫେରାର ହୋଇଯାଇଥିଲେ । ଲୁଟେରାଙ୍କୁ ଧରିବା ପାଇଁ ସ୍ଥାନୀୟ ଲୋକେ ଯେତେବେଳେ ପିଛା କରିଥିଲେ ସେତେବେଳେ ସେମାନେ ବାଙ୍କିଠାରୁ ୧୫ କିଲୋମିଟର ଦୂର ତ୍ରିଶୁଳିଆ ରାସ୍ତାର ଚକୁଳେଶ୍ୱର ଜଙ୍ଗଲରେ ବାଇକ ଫୋପାଡି ଫେରାର ହୋଇଯାଇଥିଲେ । ବାଙ୍କି ପୋଲିସ ସେଠାରେ ପହଂଚି ବାଇକକୁ ଜବତ କରି ତଦନ୍ତ ଚଳାଇଛି ।
ସେପଟେ ଖୋର୍ଦ୍ଧାରେ ଏବେ ମାତିଛନ୍ତି ପଲସର ଲୁଟେରା । ବ୍ୟାଙ୍କରୁ ଟଙ୍କା ଉଠାଇ ନେଉଥିବା ବେଳେ ଝାମ୍ପିନେଲେ ୨ଲକ୍ଷ ଟଙ୍କା । ଖୋର୍ଦ୍ଧା ଗୁରୁଜଙ୍ଗର କିଶୋର ଚନ୍ଦ୍ର ବରାଳ ଆଇସିଆଇସିଆଇ ବ୍ୟାଙ୍କରୁ ୨ଲକ୍ଷ ଟଙ୍କା ଉଠାଇ ତାଙ୍କ ଗାଡି ଡିକିରେ ରଖିବାକୁ ନେଉଥିବା ବେଳେ ପୂର୍ବରୁ ନଜର ରଖିଥିବା ୨ ଲୁଟେରା ତାଙ୍କ ଠାରୁ ଟଙ୍କା ଝାମ୍ପି ନେଇଥିଲେ । ଏନେଇ ଖୋଦ୍ଧା ଆଦର୍ଶ ଥାନାରେ ଅଭିଯୋଗ ପରେ ପୋଲିସ ଅନୁସନ୍ଧାନ ଜାରି ରଖିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2018/06/loot.jpg)