ଦିଲ୍ଲୀରୁ ଆତଙ୍କବାଦୀ ସଂଗଠନ ବାବର ଖାଲସାର ୨ କୁଖ୍ୟାତ ଆତଙ୍କବାଦୀ ଗିରଫ; ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ

Advertisment
ଦିଲ୍ଲୀରୁ ଆତଙ୍କବାଦୀ ସଂଗଠନ ବାବର ଖାଲସାର ୨ କୁଖ୍ୟାତ ଆତଙ୍କବାଦୀ ଗିରଫ; ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ

କନକ ବ୍ୟୁରୋ : ନିଷିଦ୍ଧ ଆତଙ୍କବାଦୀ ସଂଗଠନ ବାବର ଖାଲସା ଇଣ୍ଟରନ୍ୟାସନାଲର ଦୁଇଜଣ କୁଖ୍ୟାତ ଆତଙ୍କବାଦୀଙ୍କୁ ଏକ ଗୁରୁତ୍ୱପୂର୍ଣ୍ଣ ଘଟଣାକ୍ରମରେ ଦିଲ୍ଲୀ ପୁଲିସ୍‌ର ସ୍ପେଶାଲ ସ୍କାର୍ଡ ଆଜି ପ୍ରତ୍ୟୁଷରେ ଗିରଫ କରିଛି। ଗିରଫ କରିବା ପରେ ଏମାନଙ୍କ ନିକଟରୁ ବିପୁଳ ପରିମାଣର ମାରଣାସ୍ତ୍ର ସମେତ ଗୁଳିଗୋଳାକୁ ଜବତ କରିଛି ପୁଲିସ।

ଉତ୍ତର ପଶ୍ଚିମ ଦିଲ୍ଲୀରେ ଆତ୍ମଗୋପନ କରି ରହିଥିବା ଏହି ଦୁଇ ଆତଙ୍କବାଦୀଙ୍କୁ ଗିରଫ କରିବା ପାଇଁ ଦିଲ୍ଲୀ ପୁଲିସ୍‌ର ସ୍ପେଶାଲ ସ୍କାର୍ଡ ଆଜି ପ୍ରତ୍ୟୁଷରେ ଚଢ଼ାଉ କରିଥିବା ବେଳେ ଆତଙ୍କବାଦୀମାନେ ପୁଲିସ୍‌ ଦଳ ଉପରକୁ ଗୁଳି ଚଳାଇଥିଲେ। ତେବେ, କିଛି ସମୟର ଗୁଳି ବିନିମୟ ପରେ ପୁଲିସ୍‌ ସେମାନଙ୍କୁ ଗିରଫ କରିବାରେ ସମର୍ଥ ହୋଇଥିଲା।

ପୁଲିସ୍‌ ସୂତ୍ରରୁ ହସ୍ତଗତ ହୋଇଥିବା ରିପୋର୍ଟ ଅନୁଯାୟୀ ନିଷିଦ୍ଧ ଆତଙ୍କବାଦୀ ସଂଗଠନ ବାବର ଖାଲସା ଇଣ୍ଟରନ୍ୟାସନାଲର ଗିରଫ ହୋଇଥିବା ଦୁଇଜଣ କୁଖ୍ୟାତ ଆତଙ୍କବାଦୀଙ୍କୁ ଦିଲୱର ସିଂ ଏବଂ କୁଲୱନ୍ତ ସିଂ ବୋଲି ଚିହ୍ନଟ କରାଯାଇଛି। ଏହି ଦୁଇ ଗିରଫ ଆତଙ୍କବାଦୀ ଲୁଧିଆନାର ବାସିନ୍ଦା। ପଞ୍ଜାବରେ ଅନେକ ଆତଙ୍କବାଦୀ କାର୍ଯ୍ୟକଳାପରେ ଏହି ଦୁଇ ଆତଙ୍କବାଦୀ ପ୍ରତ୍ୟକ୍ଷ ଭାବେ ସଂପୃକ୍ତ ଅଛନ୍ତି। ତେବେ, ଏହି ଦୁଇ ଆତଙ୍କବାଦୀ ଏକଗୁପ୍ତ ମିଶନରେ ଆସି ରାଜଧାନୀ ଦିଲ୍ଲୀରେ ଆତ୍ମଗୋପନ କରିଥିବା ନେଇ ଗୁଇନ୍ଦା ବିଭାଗ ସୂତ୍ରରୁ ଖବର ମିଳିବା ପରେ ଗତ ଶନିବାର ରାତିରୁ ଦିଲ୍ଲୀ ପୁଲିସ୍‌ର ସ୍ପେଶାଲ ସ୍କାର୍ଡ ସେମାନଙ୍କର ପିଛା କରୁଥିଲା। ଗିରଫ କରିବା ପରେ ସ୍ପେଶାଲ ସ୍କାର୍ଡ ପୁଲିସ୍‌ ଦୁଇ ଆତଙ୍କବାଦୀଙ୍କୁ ଏକ ଅଜ୍ଞାତ ସ୍ଥାନକୁ ନେଇ ପଚରାଉଚୁରା ଜାରି ରଖିଥିବା ଜାଣିବାକୁ ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe