ରାଜଧାନୀରେ ବାଘ ଛାଲ ରାକେଟ୍ : ଖୋର୍ଦ୍ଧା ବୋଲଗଡ ଅଂଚଳରୁ ବାଘ ଛାଲ ଜବତ, ୨ ଜଣଙ୍କୁ ଗିରଫ କଲା ଏସଟିଏଫ୍

96

କନକ ବ୍ୟୁରୋ : ଖୋର୍ଦ୍ଧା ବୋଲଗଡ଼ ଅଂଚଳରୁ ବାଘ ଛାଲ ଜବତ । ଦୁଇ ଅଭିଯୁକ୍ତ ସୁଧିର ବେହେରା ଓ ସୁବାସ ବେହେରାଙ୍କୁ ଗିରଫ କଲା ନୟଗଡ଼ ଏସଟିଏଫ । ବାଘଛାଲ ସମେତ ଶିକାରରେ ବ୍ୟବହୃତ ସମସ୍ତ ସାମଗ୍ରୀ ଜବତ ହୋଇଛି । ଜବତ ବାଘ ଛାଲର ଅଧିକା ତଦନ୍ତ ନେଇ ରାସାୟନିକ ପରୀକ୍ଷା ପାଇଁ ଡ଼େରାଡ଼ୁନରେ ଥିବା ୱାଇଲ୍ଡ ଲାଇଫ ଇନଷ୍ଟିଚ୍ୟୁସନ୍ ଅଫ୍ ଇଣ୍ଡିଆକୁ ପଠାଯିବ ।

ଏହାରି ଭିତରେ ଏସଟିଏଫ୍ ୧୨ଟି ବାଘ ଛାଲ, ୬ଟି ହାତୀ ଦାନ୍ତ, ୨ଟି ହରିଣ ଛାଲ, ୨ଟି ଜୀବନ୍ତ ବଜ୍ରକାପ୍ତାର ପର୍ଦ୍ଦାଫାଶ କରିଛି । ୧୩ଟି ମାମଲା ରୁଜୁ କରିଛି, ୨୪ଜଣଙ୍କୁ ଗିରଫ କରିଛି । ବନ୍ୟଜନ୍ତୁ ଶିକାର ରୋକିବା ପାଇଁ ହେଲପ ଲାଇନ୍ ନମ୍ବର ଜାରି କରିଛି ଏସଟିଏଫ । ନମ୍ବରଟି ହେଲା ୯୪୩୯୨୬୩୬୪୬ । ଏହି ନମ୍ବରରେ ଫୋନ କରି ତଥ୍ୟ ଦେଲେ ନାମ ଗୋପନ ରଖିବା ସହ ପୁସ୍କୃତ କରାଯିବ ବୋଲି କୁହାଯାଇଛି ।