କରୋନା : କଟକ ନାବାଳିକା ଦୁଷ୍କର୍ମ ମାମଲାରେ ୨ଜଣ ଅଭିଯୁକ୍ତକୁ ଗିରଫ କଲା ଚାଉଳିଆଗଂଜ ପୁଲିସ । ୨ ଅଭିଯୁକ୍ତ ହେଲେ ସନ୍ତୋଷ ବେହେରା, ରାକେଶ ରାଉତ । ୨୪ ଘଂଟାରେ ଗିରଫ କରାଯାଇଥିବାରୁ କଟକ ପୁଲିସକୁ ଟ୍ୱିଟ କରି ପ୍ରଶଂସା କଲେ ପୁଲିସ କମିଶନର ସିପି । ଶୀଘ୍ର ତଦନ୍ତ ସାରି ଅଭିଯୋଗ ପତ୍ର ଦାଖଲ କରିବାକୁ ଟ୍ୱିଟ ମାଧ୍ୟମରେ ନିର୍ଦ୍ଦେଶ ଦେଲେ ସିପି । ସେ କହିଛନ୍ତି ପୀଡ଼ିତାକୁ ନ୍ୟାୟ ଦେବା ପାଇଁ ସମସ୍ତ ଉଦ୍ୟମ କରାଯିବ ।
୧୩ ତାରିଖ ରାତିରେ ଚାଉରିଆଗଂଜ ଥାନାରେ ନାବାଳିକାକୁ ଦୁଷ୍କର୍ମ ହୋଇଥିବା ନେଇ ଅଭିଯୋଗ ହୋଇଥିଲା । ୨୨ ଦିନ ଧରି ଜଣେ ନାବାଳିକାକୁ ଗୋଟିଏ ଘରେ ବନ୍ଦୀ କରି ରଖି ଦୁଷ୍କର୍ମ କରିଥିଲେ ଦୁଇ ଜଣ ଦୁବୃର୍ତ । ଏଭଳି ଲଜ୍ଜାଜନକ ଘଟଣା ଘଟିଛି ଖୋଦ୍ ସହରର ଗତିରାଉତ ପାଟଣାରେ । ନାବାଳିକା ଜଣଙ୍କ ରାସ୍ତାକଡରେ ଠିଆ ହୋଇ ବସ୍କୁ ଅପେକ୍ଷା କରୁଥିବାବେଳେ ତାଙ୍କୁ ମିଛ ପ୍ରଲୋଭନ ଦେଖାଇ ୨ଜଣ ଯୁବକ ନେଇ ଯାଇଥିବା ଅଭିଯୋଗ ହୋଇଥିଲା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/10/2-18.jpg)