କୁତ୍ତାଖାଇ ଗଳି ବି. ଗୁଣାବତୀ ହତ୍ୟାକାଣ୍ଡର ପର୍ଦ୍ଦାଫାସ : ପୁଅର ଲାପଟପ ଚୋରାଇବାକୁ ଯାଇ ମା’ର ଗଳା କାଟିଦେଇଥିଲା ଅଭିଯୁକ୍ତ

97

କନକ ବ୍ୟୁରୋ : ପୁଅର ଲାପଟପ୍ ଚୋରାଇବାକୁ ଯାଇଥିଲେ, ହେଲେ ମାଆଙ୍କୁ ପନିକୀରେ ହାଣି ଦେଇଥିଲେ ଅଭିଯୁକ୍ତ । କଟକ ଓଡ଼ିଆ ବଜାର କୁତ୍ତାଖାଇ ଗଳିରେ ହୋଇଥିବା ମହିଳାଙ୍କ ହତ୍ୟାକାଣ୍ଡର ପର୍ଦ୍ଦାଫାସ କରିଛି କମିସନରେଟ୍ ପୁଲିସ । ଦୁଇ ଅଭିଯୁକ୍ତ ୱାଇ ସୁନିଲ୍ ଓ ତାଙ୍କ ଭାଇ ୱାଇ ସୁଦୀପକୁ ଗିରଫ କରାଯାଇଛି । ଜୁଲାଇ ୧୫ ତାରିଖରେ ବି. ଗୁଣାବତୀ ନାମକ ଜଣେ ମହିଳାଙ୍କୁ ପନିକୀରେ ଗଳାକାଟି ଅତି ନିର୍ମମ ଭାବେ ହତ୍ୟା କରାଯାଇଥିଲା । ଅଭିଯୁକ୍ତମାନେ ପୁଲିସ ଆଗରେ କହିଛନ୍ତି, ବି. ଗୁଣାବତୀଙ୍କ ପୁଅଙ୍କ ଲାପଟପରେ କିଛି ଆପତ୍ତିଜନକ ଫଟୋ ଓ ଭିଡିଓ ରହିଥିଲା ।

ଘରେ ପଶି ଲାପଟପ୍ ଲଚାଇ ଆଣିବାକୁ ଯାଉଥିବା ବେଳେ ଗୁଣାବତୀ ବାଧା ଦେବାରୁ ତାଙ୍କୁ କରିଥିବା ସ୍ୱୀକାର କରିଛନ୍ତି । ପୂରା ଘଟଣାର ରି-କ୍ରିଏସନ୍ କରଯାଇଛି । ପୁଲିସ କହିଛି, ମୃତ ମହିଳାଙ୍କ ପୁଅ ପୂର୍ବରୁ ଯେଉଁ ଝିଅକୁ ଭଲ ପାଉଥିଲେ, ତାଙ୍କର କିଛି ଭିଡିଓ ଲାପଟପ୍ରେ ଥିଲା । ସଂପୃକ୍ତ ଝିଅ ଅନ୍ୟତ୍ର ବିବାହ କରିବା ପରେ ବ୍ଲାକମେଲ୍ ଭଳି ସ୍ଥିତି ସୃଷ୍ଟି ହୋଇଥିଲା । ଲାପଟପକୁ ଚୋରାଇ ଆଣିବା ପାଇଁ ଝିଅର ବାପା, ଏହି ଦୁଇ ଅଭିଯୁକ୍ତକୁ ଦାୟିତ୍ୱ ଦେଇଥିବା କୁହାଯାଉଛି । ତେବେ ପ୍ରକୃତରେ ସତ କଣ, ଏଥିରେ ଆଉ କେଉଁମାନେ ଏଥିରେ ସଂପୃକ୍ତ ଅଛନ୍ତି, ଖୁବଶୀଘ୍ର ଶୀଘ୍ର ଜଣାପଡିବ ବୋଲି କହିଛନ୍ତି କଟକ ଡିସିପି ପିନାକ ମିଶ୍ର ।