କନକ ବ୍ୟୁରୋ: ଭାଗ ବଣ୍ଟା ହେଉଥିଲା କୁଟୁରା ମାଂସ, ଖବର ପାଇ ମାଡିବସିଲା ରାୟଗଡା ବନ ବିଭାଗ। ଘଟଣାସ୍ଥଳରୁ ୩ କିଲୋ କୁଟୁରା ମାଂସ ଜବତ ସହ ୨ ଜଣଙ୍କୁ ଗିରଫ କରିବାରେ ସଫଳ ହେଲା ବନ ବିଭାଗ । ଗିରଫ ୨ ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଥିବା ବନାଞ୍ଚଳ ଅଧିକାରୀ ସଂଜୟ ଦାସ ସୂଚନା ଦେଇଛନ୍ତି ।
ସୂଚନା ଅନୁସାରେ ରାୟଗଡା ବନାଞ୍ଚଳ ଅଧିନସ୍ଥ ରାୟଗଡା ସରଂକ୍ଷିତ ଜଙ୍ଗଲରୁ ଏକ କୁଟୁରାକୁ ମାରି ମାଣିକଝୋଲ ଗାଁ ନିକଟରେ ଉକ୍ତ କୁଟୁରା ମାଂସ ଭାଗ ବଣ୍ଟା ଚାଲିଥିଲା। ଏନେଇ ରାୟଗଡା ବନାଞ୍ଚଳ ଅଧିକାରୀ ଡେପୁଟି ରେଞ୍ଜର ସଞ୍ଜୟ କୁମାର ଦାସଙ୍କ ନିର୍ଦ୍ଦେଶକ୍ରମେ ବନପାଳ ଗୌରୀଶଙ୍କର ସାହୁ, ବନରକ୍ଷୀ ସନ୍ତୋଷ ପାଣିଗ୍ରାହୀଙ୍କ ସମେତ ପାରାଷ୍ଟାଫ, ଗାର୍ଡମାନେ ଘଟଣାସ୍ଥଳରେ ପହଂଚିଥିଲେ । 2 ଅଭିଯୁକ୍ତ ପିତାମହଲର ମାଧ ଉଲାକା, ମାଣିକଝୋଲା ଗ୍ରାମର ବିଶ୍ୱମ୍ବର ଉର୍ଲାକା ୩ କିଲୋ କୁଟୁରା ମାଂସ ସହ ଧରା ପଡ଼ିଥିଲେ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2023/07/Rgda-Kutura-mutton-jabat-2-arrested-1-750x430-1.jpg)