କନକ ବ୍ୟୁରୋ: ଜମ୍ମୁ-କାଶ୍ମୀର ରଜୌରୀ ଅନନ୍ତନାଗ ସେକ୍ଟରରେ ଆତଙ୍କବାଦୀ-ସୁରକ୍ଷା ବଳ ମଧ୍ୟରେ ଗୁଳି ବିନିମୟ, ଭାରତୀୟ ସେନାର ଦୁଇ ଅଧିକାରୀଙ୍କ ସହ ୪ ଜଣ ସହୀଦ ହୋଇଛନ୍ତି । ଜଣେ ଆତଙ୍କବାଦୀ ନିପାତ ହୋଇଥିବା ବେଳେ ଅନ୍ୟ ଦୁଇ ଜଣ ଲୁଚିରହିଥିବା ସୂଚନା ମଳିଛି ।

Advertisment

ରାଜୌରୀ ଅଂଚଳରେ କିଛି ଆତଙ୍କୀ ଲୁଚି ରହିଥିବା ପରେ ଖବର ପାଇବା ପରେ ସେନା ପକ୍ଷରୁ ଆତଙ୍କୀ ଆଡ୍ଡା ଉପରକୁ ଗୁଳିମାଡ କରାଯାଇଥିଲା । ଧରାମସାଲର ବାଜିମାଲ ଅଚଳରେ ଭାରତୀୟ ସେନା ଓ ଜମ୍ମୁ ପୋଲିସ ପକ୍ଷରୁ ମିଳିତ ଅପରେସନ ଜାରି ରହିଛି । ଏହା ପୂର୍ବରୁ ଗତ ୧୮ତାରିଖରେ ରଜୌରୀ ଅଂଚଳରେ ସର୍ଚ୍ଚ ଅପରେସନରେ ଭାରତୀୟ ଯବାନ ୫ଆତଙ୍କୀଙ୍କୁ ନିପାତ କରିଥିଲେ ।