‘ଫୋନି’ ପାଇଁ +୨ ମୂଲ୍ୟାୟନ ବନ୍ଦ । ପ୍ରଭାବିତ ଜିଲ୍ଲାରେ ବନ୍ଦ ରହିବ ଖାତା ଦେଖା ।

170

କନକ ବ୍ୟୁରୋ : ଅତି ଭୟଙ୍କର ଘୂର୍ଣ୍ଣିଝଡ ଫୋନି ପାଇଁ ବଡ ପଦକ୍ଷେପ । ଫୋନି ପାଇଁ ଯୁକ୍ତ ୨ ମୂଲ୍ୟାୟନ ବନ୍ଦ । ପ୍ରଭାବିତ ଜିଲ୍ଲାରେ ୩ ତାରିଖରେ ଖାତାଦେଖା ବନ୍ଦ ରହିବ ବୋଲି ଜଣାପଡିଛି । ତେବେ ଯଦି ଦରକାର ପଡେ ତେବେ ୪ ତାରିଖରେ ମଧ୍ୟ ଖାତା ମୂଲ୍ୟାୟନ ବନ୍ଦ ରହିବ । ଏନେଇ ସୂଚନା ଦେଇଛନ୍ତି ଉପ ପରୀକ୍ଷା ନିୟନ୍ତ୍ରକ ପ୍ରଶାନ୍ତ ଦାସ । ସେ କହିଛନ୍ତି, ସମ୍ଭାବ୍ୟ ବାତ୍ୟା ଫୋନିକୁ ଆଖି ଆଗରେ ରଖି ଏଭଳି ନିଷ୍ପତ୍ତି ନିଆଯାଇଛି ।

ସୂଚନା ଅନୁଯାୟୀ, ଆସନ୍ତାକାଲି ଦିନ ୧୦ଟାରୁ ୧୨ଟା ସୁଦ୍ଧା ପୁରୀ ନିକଟରେ ଲ୍ୟାଣ୍ଡଫଲ କରିବ ବାତ୍ୟା ଫୋନି । ଏହି ସମୟରେ ସର୍ବାଧିକ ୨୧୦ କିଲୋମିଟର ବେଗରେ ପବନ ବହିପାରେ ବୋଲି ଏସଆରସିଙ୍କ ମୁଖପାତ୍ର ସୂଚନା ଦେଇଛନ୍ତି । ଏବେ ପୁରୀ ଠାରୁ ୩୩୦ କିଲୋମିଟର ଦୂର ଓ ବିଶାଖପାଟଣାରୁ ୧୮୦ କିଲୋମିଟର ଦୂରରେ ରହିଛି ବାତ୍ୟା । ବାତ୍ୟା ଫୋନି ସ୍ଥଳଭାଗ ଛୁଇଁବା ସମୟରେ ପରିବର୍ତନ ହେବାରୁ ସ୍ଥାନାନ୍ତରଣ ପକ୍ରିୟାକୁ ଆହୁରି ଜୋରଦାର କରାଯାଇଛି ।