ଆଜିଠାରୁ ଆରମ୍ଭ ହେଉଛି ଯୁକ୍ତ ଦୁଇ ନାମଲେଖା ପ୍ରକ୍ରିୟା : ଜୁଲାଇ ୧୪ରୁ ପାଠପଢ଼ା

35

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍: ଆଜିଠାରୁ ଆରମ୍ଭ ହେଉଛି ଯୁକ୍ତ ଦୁଇ ନାମଲେଖା ପ୍ରକ୍ରିୟା । ଚଳିତବର୍ଷ ଉଭୟ ଅନଲାଇନ ଓ ଅଫଲାଇନ ଜରିଆରେ ନାମଲେଖା ପାଇଁ ଆବେଦନ କରିପାରିବେ ଛାତ୍ରଛାତ୍ରୀ । ଉଚ୍ଚଶିକ୍ଷା ବିଭାଗର ୱେବସାଇଟ୍ ଡବ୍ଲୁଡବ୍ଲୁଡବ୍ଲୁ ଡଟ୍ ଡିଏଚ୍ଇ ଓଡିଶା ଡଟ୍ ଜିଓଭି ଡଟ୍ ଇନ୍ ଜରିଆରେ ଅନଲାଇନ ଆବେଦନ କରିପାରିବେ । ଅନଲାଇନ ଆବେଦନର ଶେଷ ତାରିଖ ଜୁନ୍ ୬ ତାରିଖ ଥିବାବେଳେ ଅଫଲାଇନ ବା ମାନୁଆଲ ସବସ୍କ୍ରିସନର ଶେଷ ତାରିଖ ରହିଛି ଜୁନ୍ ୭ ।

ରାଜ୍ୟର ଏକ ହଜାର ୫୦୭ ଜୁନିୟର କଲେଜ ପାଇଁ ଏହି ନାମଲେଖା ପ୍ରକ୍ରିୟା ଆଜିଠୁ ଆରମ୍ଭ ହେଉଛି । ସେହିପରି ୨୩୧ ସରକାରୀ ବୃତିଗତ କଲେଜ ପାଇଁ ମଧ୍ୟ ନାମଲେଖା ପ୍ରକ୍ରିୟା ଆରମ୍ଭ ହେଉଛି । ପ୍ରଥମ ସିଲେକ୍ସନ ମେରିଟ୍ ଲିଷ୍ଟ ଜୁନ୍ ୧୩ ତାରିଖ ପ୍ରକାଶ ପାଇବାକୁ ଥିବାବେଳେ ପ୍ରଥମ ସିଲେକ୍ସନ୍ ପାଇଁ ଜୁନ୍ ୧୬ରୁ ୨୧ ତାରିଖ ମଧ୍ୟରେ ନାମଲେଖା ହେବ । ସେହିପରି ଜୁନ୍ ୨୫ ତାରିଖରେ ଦ୍ୱିତୀୟ ପର୍ଯ୍ୟାୟ ମେରିଟ୍ ଲିଷ୍ଟ ପ୍ରକାଶ ପାଉଥିବା ବେଳେ ଜୁନ୍ ୨୭ରୁ ୨୯ ତାରିଖ ମଧ୍ୟରେ ନାମଲେଖା ହେବ । ଶେଷ ତଥା ତୃତୀୟ ମେରିଟ୍ ଲିଷ୍ଟ ପ୍ରକାଶ ପାଇବ ଜୁଲାଇ ୪ ତାରିଖରେ । ଏଥିପାଇଁ ଜୁଲାଇ ୮ ଏବଂ ୯ ତାରିଖରେ ନାମଲେଖା ହେବ । ଜୁଲାଇ ୧୪ ତାରିଖରୁ ଚଳିତବର୍ଷର ଯୁକ୍ତ ଦୁଇ ପାଠପଢ଼ା ଆରମ୍ଭ ହେବ ।