ଆଜିଠୁ ଯୁକ୍ତ ଦୁଇ ନାମ ଲେଖା ଆରମ୍ଭ: ୬ତାରିଖ ପର୍ଯ୍ୟନ୍ତ ଚାଲିବ ପ୍ରଥମ ପର୍ଯ୍ୟାୟ ନାମ ଲେଖା

୧୨ ତାରିଖରେ ପ୍ରକାଶ ପାଇବ ଦ୍ୱିତୀୟ ପର୍ଯ୍ୟାୟ ମେରିଟ୍ ଲିଷ୍ଟ

131

କନକ ବ୍ୟୁରୋ: ଆଜିଠୁ ଯୁକ୍ତ ଦୁଇ ନାମ ଲେଖା ଆରମ୍ଭ । ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଗୁଡିକରେ ଆଜିଠାରୁ କଳା, ବିଜ୍ଞାନ ଓ ବାଣିଜ୍ୟରେ ନାମ ଲେଖା ହେବ । ୬ ତାରିଖ ପର୍ଯ୍ୟନ୍ତ ପ୍ରଥମ ପର୍ଯ୍ୟାୟ ନାମ ଲେଖା ଚାଲିବ । ତାପରେ ଜୁଲାଇ ୧୨ ତାରିଖରେ ଦ୍ୱିତୀୟ ପର୍ଯ୍ୟାୟ ମେରିଟ୍ ଲିଷ୍ଟ ପ୍ରକାଶ ପାଇବ । ଏଥିପାଇଁ ଜୁଲାଇ ୧୨ରୁ ୧୬ ମଧ୍ୟରେ ନାମଲେଖା ଅନୁଷ୍ଠିତ ହେବ । ଗତକାଲି ପ୍ରଥମ ପର୍ଯ୍ୟାୟ ମେରିଟ୍ ଲିଷ୍ଟ ପ୍ରକାଶ ପାଇଛି ।

ଗତବର୍ଷ ତୁଳନାରେ ଚଳିତ ବର୍ଷ କଳାରେ କଟଅଫ୍ ମାର୍ମ ପ୍ରାୟ ୨ପ୍ରତିଶତ କମିଥିବାବେଳେ ବିଜ୍ଞାନ ଓ ବାଣିଜ୍ୟ ବିଭାଗରେ ସାମାନ୍ୟ ବଢ଼ିଛି । କଳାରେ ୭୧ଦଶମିକ ଏକ ସାତ ପ୍ରତିଶତ ସହ ବିଜେବି ଆଗରେ ରହିଥିବାବେଳେ ୭୦ଦଶମିକ ଏକ ସାତ ପ୍ରତିଶତ କଟଅଫ୍ ମାର୍କ ସହ ରେଭେନ୍ସା ଜୁନିୟର ଦ୍ୱିତୀୟ ସ୍ଥାନରେ ରହିଛି । ତେବେ ବିଜ୍ଞାନରେ ରେଭେନ୍ସା ବିଜେବିକୁ ପଛରେ ପକାଇ ଏକ ନମ୍ବରରେ ହୋଇଛିି । ରେଭେନ୍ସାର କଟଅପ୍ ମାର୍କ ୯୦ ପ୍ରତିଶତ ରହିଥିବାବେଳେ ବିଜେବିର ୮୮ଦଶମିକ୍ ଛଅ ସାତ ପ୍ରତିଶତ ରହିଛି । ଏବଂ ବାଣିଜ୍ୟରେ ଗୋପାଳପୁର କଲେଜ ଶୀର୍ଷରେ ରହିଛି ।

୨୦୧୯-୨୦ ଶିକ୍ଷାବର୍ଷ ପାଇଁ ୩ଲକ୍ଷ ୭୫ହଜାର ୯୫୮ଜଣ ଛାତ୍ରଛାତ୍ରୀ ଆବେଦନ କରିଥିଲେ । ସେମାନଙ୍କ ମଧ୍ୟରୁ ୩ଲକ୍ଷ ୩୩ହଜାର ୫୭୩ ଜଣ ଛାତ୍ରଛାତ୍ରୀଙ୍କୁ ପ୍ରଥମ ପର୍ଯ୍ୟାୟରେ ନାମଲେଖା ଲାଗି ଚୟନ କରାଯାଇଛି । କଳାରେ ୨ଲକ୍ଷ ୧୯ହଜାର ୧୦ଜଣ ,ବିଜ୍ଞାନରେ ୮୧ ହଜାର ୧୯୭ଜଣ, ବାଣିଜ୍ୟରେ ୨୨ହଜାର ୩୭୫ଜଣ, ସଂସ୍କୃତରେ ୬ହଜାର ୩୧୯ଜଣ, ଧନ୍ଦାମୂଳକ ଶିକ୍ଷାରେ ୪ହଜାର ୬୯୦ଜଣ ପ୍ରଥମ ପର୍ଯ୍ୟାୟରେ ନାମଲେଖା ପାଇଁ ମନୋନୀତ ହୋଇଛନ୍ତି ।