କନକ ବ୍ୟୁରୋ : ପୋଲିସ୍ ଅଧିକାରୀଙ୍କ ଠାରୁ ଚେନ୍ ଲୁଟ ମାମଲାରେ ଅଭିଯୁକ୍ତକୁ ଗିରଫ କରିଛି ନୟାଗଡ଼ ପୋଲିସ୍ । ୨୪ ଘଣ୍ଟା ମଧ୍ୟରେ ଅଭିଯୁକ୍ତକୁ ଧରାଯାଇଛି । ଖୋର୍ଦ୍ଧା ଅଞ୍ଚଳର ୨ ଲୁଟେରାଙ୍କୁ ଗିରଫ କରିଛି ନୟାଗଡ଼ ଟାଉନ୍ ପୋଲିସ୍ । ସେମାନଙ୍କ ଠାରୁ ଲୁଟ୍ ଚେନ୍ ସମେତ ୪ଟି ଚେନ୍ ଓ ଗୋଟିଏ ପଲସର ବାଇକ ଜବତ ହୋଇଛି ।

Advertisment

ରବିବାର ନୟାଗଡ଼ ସଦର ଥାନାର ପୂର୍ବତନ ଆଇଆଇସି ମନୋରମା ମଲ୍ଲିକ ସ୍କୁଟି ଯୋଗେ ନିଜ ଭଡ଼ାଘରକୁ ଫେରୁଥିବା ବେଳେ ୨ ଲୁଟେରା ତାଙ୍କୁ ଫଲୋ କରିବା ସହ ତାଙ୍କ ସ୍କୁଟିକୁ ଧକ୍କା ଦେଇଥିଲେ । ଏହାପରେ ତାଙ୍କ ଚେନ୍ ନେଇ ଫେରାର ହୋଇଯାଇଥିଲେ ଲୁଟେରା । ଏହାକୁ ନେଇ ଥାନାରେ ଅଭିଯୋଗ ହୋଇଥିଲା । ଏହାପରେ ସିସିଟିଭି ଫୁଟେଜ୍ ସହାୟତାରେ ଲୁଟେରାଙ୍କୁ ଚିହ୍ନଟ କରାଯାଇପାରିଥିଲା । ଦୁଇ ଅପରାଧୀଙ୍କ ନାଁରେ ରାଜ୍ୟର ବିଭିନ୍ନ ଥାନାରେ ୨୦ରୁ ଅଧିକ ମାମଲା ରହିଥିବା ଜଣାପଡ଼ିଛି ।