ଇଓଡବ୍ଲୁ ହାତରେ ଠକ ବାବା ଗିରଫ ଘଟଣା : ୨ଲକ୍ଷ ଟଙ୍କାର ଆରଟିଜିଏସ ସହ ୨ଟି ଆକାଉଂଟ ଫ୍ରିଜ କଲା କ୍ରାଇମବ୍ରାଂଚ

ଠକ ବାବା ବିଜୟାନନ୍ଦଙ୍କ ଫିଟୁଛି ଗୁମର; ଗଂଜାମର ଜଣେ କଂଟ୍ରାକ୍ଟରଙ୍କ ଠାରୁ ପୁଣି ୨୫ଲକ୍ଷ ଠକେଇ ଅଭିଯୋଗ

142

କନକ ବ୍ୟୁରୋ : ଇଓଡବ୍ଲୁ ହାତରେ ଠକ ବାବା ଗିରଫ ଘଟଣା । ଠକ ବାବା ବିଜୟାନନ୍ଦଙ୍କର ୨ଲକ୍ଷ ଟଙ୍କାର ଆରଟିଜିଏସ ସହ ୨ଟି ଆକାଉଂଟ ଫ୍ରିଜ କଲା କ୍ରାଇମବ୍ରାଂଚ । ବିଜୟାନନ୍ଦ ମହାରାଜଙ୍କ ଫିଟୁଛି ଗୁମର । ଗଂଜାମର ଜଣେ କଂଟ୍ରାକ୍ଟରଙ୍କ ଠାରୁ ପୁଣି ୨୫ଲକ୍ଷ ଠକେଇ ଅଭିଯୋଗ ହୋଇଛି । ଏହି ମାମଲାରେ କଂଟ୍ରାକ୍ଟରଙ୍କ ବୟାନ ବି ରେକର୍ଡ କରିଛି ଇଓଡବ୍ଲୁ । ଚନ୍ଦନ ଆକାଶ ମହାନ୍ତି ଓ ବାବା ମିଶି ଗୋଟିଏ ଟକ ଗ୍ୟାଙ୍ଗ କରିଥିଲେ । ଏହି ଦୁଇ ଜଣ କରିଥିବା ଠକେଇର ତଦନ୍ତ କରୁଛି ଇଓଡବ୍ଲୁ ।

ତଦନ୍ତରୁ ଜଣାପଡିଛି ୧କୋଟି ୧୪ଲକ୍ଷ ଟଙ୍କା କଂଟ୍ରାକ୍ଟର ଚମ୍ପତିରାୟଙ୍କ ଆକାଉଂଟରୁ ଚନ୍ଦନଙ୍କ ଆକାଉଂଟକୁ ଯାଇଛି । ବାକି ୧କୋଟି ୮୫ଲକ୍ଷ କ୍ୟାସରେ କାରବାର ହୋଇଥିଲା । ଓଟିଡିସିର ସିଲ୍ ମାଧ୍ୟମରେ ଜାଲି ୱାର୍କ ଅର୍ଡର ବାହାର କରି ଟଙ୍କା ଲୁଟୁଥିଲା ବାବା ଗ୍ୟାଙ୍ଗ । ୩କୋଟି ଟଙ୍କା ଠକେଇ ନେଇ ଓଟିଡିସି, ଇଓଡବ୍ଲୁ ପାଖରେ ଅଭିଯୋଗ କରିଥିବା ସୂଚନା ଦେଇଛନ୍ତି ଇଓଡବ୍ଲୁ ଏସପି ।