ଗୋଟିଏ ଦିନରେ ୨ ଟି ଦୁର୍ଘଟଣା : ରାଉରକେଲାର ଭାରସାମ୍ୟ ହରାଇ ଓଲଟିଲା ମିନିବସ୍  , ସମ୍ବଲପୁରରେ ବ୍ରିଜ ଉପରୁ ୨୦ ଫୁଟ ତଳକୁ ଖସିଲା କାର 

77

ରାଉରକେଲାର ୧୪୩ ନମ୍ବର ଜାତୀୟ ରାଜପଥର ବାଲୁଘାଟ ନିକଟରେ ଭାରସାମ୍ୟ ହରାଇ ଓଲଟିଲା ମିନିବସ୍ । ଡ଼ିଭାଇଡ଼ରରେ ପିଟିହୋଇ ଦୁର୍ଘଟଣାଗ୍ରସ୍ତ ହେବାରୁ ୨ ଜଣଙ୍କର ମୃତ୍ୟୁ ହୋଇଛି । ୬ଜଣରୁ ଉଦ୍ଦ୍ୱର୍ ଲୋକ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ରାଉରକେଲା ସରକାରୀ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି । ଲାଠକଟାରୁ ରାଉରକେଲା ଆସୁଥିବା ମା’ ତାରିଣୀ ନାମକ ମିନିବସ୍ । ବସରେ ଥିଲେ ୧୫ରୁ ଅଧିକ ଯାତ୍ରୀ ।

ସେହିପରି ସମ୍ବଲପୁର ତୁମ୍ଭେସିଂହା ବ୍ରିଜ ଉପରୁ ୨୦ ଫୁଟ ତଳକୁ ଖସିଲା କାର । ଗାଡ଼ି ଚାଳକଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟଜଣେ ଗୁରୁତର ଭାବେ ଆହତ ହୋଇଛନ୍ତି । ଗାଡ଼ିଟି ତୁମ୍ବେସିଂହା ପଟୁ ସହର ଅଭିମୁଖେ ଯାଉଥିଲା । ଗାଡ଼ିଟି କେଉଁ ପରିସ୍ଥିତିରେ ବ୍ରିଜ ତଳକୁ ଖସିଲା ତାହା ଜଣାପଡ଼ିନାହିଁ । ଘଟଣା ସ୍ଥଳରେ ସଦର ଥାନା ପୋଲିସ ପହଂଚି ତଦନ୍ତ ଜାରି ରଖିଛି ।