ରାଜ୍ୟ ପାଇଁ ଭଲ ଖବର । ସୁସ୍ଥ ହେଲେ ଆଉ ୨ ହଜାର ୬୨୨ ଆକ୍ରାନ୍ତ । ଏହାସହ ୨ ଲକ୍ଷ ୫୨ ହଜାର ୧୯୭ରେ ପହଞ୍ଚିଲା ସୁସ୍ଥ ସଂଖ୍ୟା । 

84

କନକ ବ୍ୟୁରୋ : ରାଜ୍ୟ ପାଇଁ ଭଲ ଖବର । ରାଜ୍ୟରେ ଆଜି ଆଉ ୨ ହଜାର ୬୨୨ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହା ସହିତ ରାଜ୍ୟରେ ଏପର୍ୟ୍ୟନ୍ତ ପ୍ରାୟ ୨ ଲକ୍ଷ ୫୨ ହଜାର ୧୯୭ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହେଲେଣି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ସୁସ୍ଥ ହୋଇଥିବା ୨ ହଜାର ୬୨୨ ଜଣଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୪୩୧ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଅନୁଗୁଳରୁ ୨୧୬, କଟକରୁ ୧୯୭ ଜଣ, ମୟୁରଭଞ୍ଜରୁ ୧୩୧, ସୁନ୍ଦରଗଡରୁ ୧୨୫, କଳାହାଣ୍ଡିରୁ ୧୧୮, ବଲାଙ୍ଗୀରରୁ ୧୧୪, ବାଲେଶ୍ବରରୁ ୯୯,ନୂଆପଡ଼ାରୁ ୯୯, ଯାଜପୁରରୁ ୯୩, ବରଗଡ଼ରୁ ୯୧, ଝାରସୁଗୁଡାରୁ ୮୯, ସମ୍ବଲପୁରରୁ ୮୫, କେନ୍ଦ୍ରାପଡ଼ାରୁ ୭୦, ପୁରୀରୁ ୬୫,ସୋନପୁରରୁ ୬୦,ଜଗତସିଂହପୁରରୁ ୫୯,କୋରାପୁଟରୁ ୫୫, ନବରଙ୍ଗପୁରରୁ ୫୨,ଭଦ୍ରକରୁ ୪୬, ନୟାଗଡ଼ରୁ ୩୯,କନ୍ଧମାଳରୁ ୩୮,ଗଞ୍ଜାମରୁ ୩୫,ବୌଦ୍ଧରୁ ୩୨,ଢେଙ୍କାନାଳରୁ ୨୫,ମାଲକାନଗିରିରୁ ୨୪, ଦେବଗଡ଼ରୁ ୧୪, ରାୟଗଡ଼ାରୁ ୯ ଓ ରାଜ୍ୟ ପୁଲରୁ ୭୯ ଜଣ ସୁସ୍ଥ ହୋଇଛନ୍ତି ।