କନକ ବ୍ୟୁରୋ : କଟକରେ ନକଲି ଜର୍ଦା ଷ୍ଟୋର ଠାବ ହୋଇଛି। କଟକ ପୁଲିସର ସହାୟତାରେ ଏସଟିଏଫ୍ ଟିମ୍ ଏହି ନକଲି ଜର୍ଦ୍ଦା ଠାବ କରିଛି। ମିଳିଥିବା ସୂଚନା ଅନୁଯାୟୀ, ଗତକାଲି ବିଶ୍ୱସ୍ତ ସୂତ୍ରରୁ ଖବର ପାଇ କଟକ ଜିଲ୍ଲାର ବାରଙ୍ଗ ଥାନା ଅନ୍ତର୍ଗତ ଦହପାଟଣା ଗ୍ରାମରେ ଏସଟିଏଫ୍ ଟିମ୍ ଟିମ୍ ଚଢ଼ାଉ କରିଥିଲା। ଘଟଣାସ୍ଥଳରୁ ୮ ଲକ୍ଷ ଟଙ୍କାର ୨.୫୦ କୁଇଣ୍ଟାଲ ନକଲି ଜର୍ଦା ଜବତ କରାଯିବା ସହ ଅଭିଯୁକ୍ତ ନିବାସ ସାହୁକୁ ଏସଟିଏଫ୍ ଟିମ୍ ଗିରଫ କରିଛି।

Advertisment

ନକଲି ବେଆଇନ ଜର୍ଦା ସଂରକ୍ଷଣ, ଉତ୍ପାଦନ ଏବଂ ବିକ୍ରୟ ଅଭିଯୋଗରେ ଦହପାଟଣା ଗ୍ରାମର ସୁରତ ସାହୁଙ୍କ ପୁତ୍ର ନିବାସ ସାହୁକୁ ଗିରଫ କରାଯାଇଛି। ଏନେଇ ବାରଙ୍ଗ ଥାନାରେ ଏକ ମାମଲା ରୁଜୁ କରାଯାଇଛି ଓ ଅଧିକ ତଦନ୍ତ ଚାଲିଛି।