ଦୁଇ ବର୍ଷର ଶିଶୁକୁ କରୋନା: ବାଲେଶ୍ୱରର ଦୁଇ ଆକ୍ରାନ୍ତଙ୍କ ମଧ୍ୟରେ ଶିଶୁ କନ୍ୟା ଥିବା ସୂଚନା ଦେଲେ ଉପ ଜିଲ୍ଲାପାଳ; କେମିତି ସଂକ୍ରମିତ ହେଲେ କଂଟାକ୍ଟ ଟ୍ରେସିଂ ଜାରି

Advertisment
କାୟା ମେଲାଉଛି କରୋନା: ଆଜି ଦିନକରେ ୧୩ ଆକ୍ରାନ୍ତ ଚିହ୍ନଟ । ସକାଳେ ୭, ବର୍ତ୍ତମାନ ଆଉ ୬ ଜଣଙ୍କ ନମୂନାରେ କରୋନା ପଜିଟିଭ । ରାଜ୍ୟରେ ମୋଟ ପଜିଟିଭ ସଂଖ୍ୟା ୭୪ରେ ପହଞ୍ଚିଲା

କନକ ବ୍ୟୁରୋ: ବାଲେଶ୍ୱରରେ ଚିହ୍ନଟ ହୋଇଥିବା ୨ ନୂଆ କରୋନା ସଂକ୍ରମିତଙ୍କ ମଧ୍ୟରେ ରହିଛନ୍ତି ଜଣେ ଦୁଇ ବର୍ଷର ଶିଶୁ କନ୍ୟା । ଆକ୍ରାନ୍ତ ଜଣଙ୍କ ନୀଳଗିରି ସବଡିଭିଜନର ଧରମପୁର ପଂଚାୟତର ବାଂଶପାଳ ବୋଲି ଉପଜିଲ୍ଲାପାଳ ସୂଚନା ଦେଇଛନ୍ତି । ତେବେ ଏତେ ଛୋଟ ଝିଅ କେମିତି ଓ କାହା ସଂସ୍ପର୍ଶରେ ଆସି ସଂକ୍ରମିତ ହେଲେ ସେସବୁର କଂଟାକ୍ଟ ଟ୍ରେସିଂ କରୁଛି ଜିଲ୍ଲାପ୍ରଶାସନ । ସେ ଓ ତାଙ୍କ ବାପା ମା କେଉଁଆଡେ ଯାଇଥିଲେ, ତାଙ୍କ ଘରକୁ କେଉଁମାନେ ଆସିଥିଲେ ସେସବୁର ଅନୁସନ୍ଧାନ କରୁଛି ପ୍ରଶାସନ ।

publive-image

ତେବେ ଏତେ ଛୋଟ ଝିଅ ଆକ୍ରାନ୍ତ ହେବା ରାଜ୍ୟର ପ୍ରଥମ ଘଟଣା । ତେଣୁ ଏହା ପ୍ରଶାସନ ପାଇଁ ଚିନ୍ତାର କାରଣ ହୋଇଛି । ଶିଶୁ ଝିଅଟିର କେସ୍ ନମ୍ବର ୬୮ ରଖାଯାଇଛି । ସେହିପରି ଚିହ୍ନଟ ହୋଇଥିବା ଅନ୍ୟ ଜଣଙ୍କ ନମ୍ବର ୬୭ ରଖଯାଇଥିବାବେଳେ ସେ ୩୨ ବର୍ଷିୟ ପୁରୁଷ ବୋଲି ସୂଚନା ଦେଇଛି ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ । ଦୁଇ ନୂଆ ଆକ୍ରାନ୍ତଙ୍କୁ ମିଶାଇ ବାଲେଶ୍ୱରରେ ଏପର୍ଯ୍ୟନ୍ତ ୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe