କନକ ବ୍ୟୁରୋ : ବଜେଟ୍ ୨୦୨୨-୨୩ରେ କୃଷି ନେଇ ବଡ ଘୋଷଣା । କେମିକାଲ ମୁକ୍ତ କୃଷିକୁ ପ୍ରୋତ୍ସାହନ ଦିଆଯିବ । ଏମଏସପି ଦ୍ୱାରା ଚାଷୀଙ୍କ ଠାରୁ ରେକର୍ଡ କ୍ରୟ କରାଯିବ । ଚାଷୀଙ୍କୁ ଡିଜିଟାଲ ସେବାର ସୁବିଧା ମିଳିବ । ଜୈବିକ ଉପାୟରେ ଚାଷକୁ ପ୍ରୋତ୍ସାହନ ଦିଆଯିବ । ସେହିପରି ୫ଟି ନଦୀର ସଂ ଯୋଗୀକରଣ କରାଯିବ ।

Advertisment

କେନ୍ ବେତୱା ପ୍ରକଳ୍ପ ପାଇଁ ୪୪ହଜାର ୬୦୫ କୋଟି ଟଙ୍କା । ୯ଲକ୍ଷ ହେକ୍ଟର ଜମି ଜଳସେଚିତ ହେବ । କୃଷି କ୍ଷେତ୍ରରେ ଟେକ୍ନୋଲୋଜିକୁ ଗୁରୁତ୍ୱ ଦିଆଯିବ । ସବୁଠାରୁ ବଡ କଥା ହେଉଛି କୃଷି ବିଶ୍ୱବିଦ୍ୟାଳୟକୁ ଏ ଦିଗରେ ଗୁରୁତ୍ୱ ଦିଆଯିବ ।ଏମଏସଏମଇ କ୍ଷେତ୍ର ପାଇଁ ୨ ଲକ୍ଷ କୋଟି ଟଙ୍କାର ଅତିରିକ୍ତ ସହାୟତା ମିଳିବ । ବ୍ୟବସାୟ ଓ ରୋଜଗାର ପାଇଁ ଡିଜିଟାଲ ସ୍କିଲକୁ ବଢାଯିବ ।

ଅନ୍ୟପଟରେ ଦେଶରେ ପ୍ରତିଷ୍ଠା ହେବ ଡିଜିଟାଲ ବିଶ୍ୱବିଦ୍ୟାଳୟ । ଲୋକସଭାରେ ବଜେଟ୍ ଉପସ୍ଥାପନ ବେଳେ ଏନେଇ ବଡ ଘୋଷଣା କରିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ତାଙ୍କ କହିବା ମୁତାବକ କୋଭିଡ କାଳରେ ପାଠପଢା ବହୁତ କ୍ଷତି ହୋଇଛି । ଏହାକୁ ଆଖି ଆଗରେ ରଖି ଏବେ ଗୋଟିଏ କ୍ଲାସ ଗୋଟିଏ ଟିଭି ଚ୍ୟାନେଲକୁ ୧୨ରୁ ବୃଦ୍ଧି କରାଯାଇ ୨୦୦ କରାଯିବ । ଏଥିସହିତ ଦେଶରେ ଡିଜିଟାଲ ବିଶ୍ୱବିଦ୍ୟାଳୟ ସ୍ଥାପନ କରାଯିବ  । ତା ସହିତ ମାନସିକ ସମସ୍ୟାର ମୁକାବିଲା ପାଇଁ ନ୍ୟାସନାଲ ଟେଲିମେଣ୍ଟାଲ ହେଲଥ୍ ପୋଗ୍ରାମ ମଧ୍ୟ ଆରମ୍ଭ କରାଯିବ ।