ଭାରତୀୟ ରେଳବାଇରେ ଆସିବ ୨ଲକ୍ଷରୁ ଅଧିକ ପଦବୀ ପାଇଁ ନିଯୁକ୍ତି ସୁଯୋଗ, ପିୟୁଷ ଗୋଏଲ କଲେ ଘୋଷଣା 

129

ଗତ ଦିନମାନଙ୍କରେ ଏନଏସଏସଓର ଲିକ୍ ରିପୋର୍ଟ ପରେ କେନ୍ଦ୍ର ସରକାରଙ୍କ ଉପରେ ରୋଜଗାର ସୃଷ୍ଟି କରିବା ଉପରେ ପ୍ରଶ୍ନ ଉଠୁଛି । ଏବଂ ଏହା ମଧ୍ୟରେ ରେଳମନ୍ତ୍ରୀ ରେଳବାଇରେ ଲକ୍ଷ ଲକ୍ଷ ନିଯୁକ୍ତି ସୁଯୋଗ ଘୋଷଣା କରିଛନ୍ତି । କେନ୍ଦ୍ରମନ୍ତ୍ରୀ ପିୟୁଷ ଗୋଏଲ ଏକ ସାକ୍ଷାତକାରରେ କହିଛନ୍ତି କି, ଭାରତୀୟ ରେଳବାଇରେ ଅତିରିକ୍ତ ପଦକୁ ଭର୍ତ୍ତି କରିବା ପାଇଁ ଅତିଶୀଘ୍ର ୨.୨ ଲକ୍ଷ କର୍ମୀଙ୍କୁ ନିଯୁକ୍ତି ଦିଆଯିବ । ଭାରତୀୟ ରେଳବାଇରେ ପ୍ରଥମରୁ ହିଁ ୧.୫ ଲକ୍ଷ କର୍ମୀଙ୍କ ନିଯୁକ୍ତି ପ୍ରକ୍ରିୟା ଚାଲୁଛି, ଯାହା ଆସନ୍ତା ୮-୯  ମାସରେ ପୁରା ହୋଇଯିବ ।

ପିୟୁଷ ଗୋଏଲ ଏହା ବି କହିଛନ୍ତି କି, ଏଥିରେ ସରାକର ପ୍ରଥମ ଥର ଉଚ୍ଚ ଜାତିର ଆର୍ଥିକ ରୂପେ ପଛୁଆ ବର୍ଗଙ୍କ ପାଇଁ ୧୦% କୋଟା ଲାଗୁ କରିବ । ଏହି ବିଧେୟକ ଗତ ମାସ ସଂସଦରେ ପାରିତ ହୋଇଥିଲା । ରାଷ୍ଟ୍ରପତି ରାମନାଥ କୋବିନ୍ଦ ମଧ୍ୟ ସାମ୍ବିଧାନିକ ବ୍ୟବସ୍ଥାକୁ ପ୍ରଥମେ ସ୍ୱୀକୃତିି ଦେଇଛନ୍ତି । ସରକାର ରେଳବାଇ କର୍ମୀଙ୍କ ନିଯୁକ୍ତି ପାଇଁ ସଂପୂର୍ଣ୍ଣ ରୂପେ କମ୍ପ୍ୟୁଟରୀକୃତ ପ୍ରକ୍ରିୟାର ପାଳନ କରିବ, ଯାହା ପ୍ରଣାଳୀରେ ପାରଦର୍ଶିତା ସୁନିଶ୍ଚିତ କରିବ ।