ସାଉଥ ସୁପରଷ୍ଟାର ରଜନୀକାନ୍ତ ପୁଣିଥରେ ଚିଟି ଭୂମିକାର ଝମାକା କରିବା ପାଇଁ ପରଦାକୁ ଆସୁଛନ୍ତି । ଶେଷରେ ରଜନୀକାନ୍ତ ଏବଂ ଅକ୍ଷୟ କୁମାରଙ୍କ ବହୁ ପ୍ରତିକ୍ଷିତ ଫିଲ୍ମ ‘୨.୦’ର ଟିଜର ରିଲିଜ ହୋଇଛି । ୨୦୧୦ରେ ରିଲିଜ ହୋଇଥିବା ଫିଲ୍ମ ରୋବର୍ଟର ଏହା ଦ୍ୱିତୀୟ ପାର୍ଟ । ଗଣେଷ ଚତୁର୍ଥୀ ଅବସରରେ ସକାଳ ୯ଟାରେ ଏହାର ଟିଜରକୁ ରିଲିଜ କରାଯାଇଛି । ଫିଲ୍ମରେ ସୁପରଷ୍ଟାର ରଜନୀକାନ୍ତ ଲିଡ ରୋଲରେ ଅଛନ୍ତି ସତ କିନ୍ତୁ ଫିଲ୍ମରେ ଖଳନାୟକ ଭୂମିକାରେ ନଜର ଆସିଥିବା ବଲିଉଡ ଅଭିନେତା ଅକ୍ଷୟ କୁମାର ଆକର୍ଷଣର କେନ୍ଦ୍ର ପାଲଟିଛନ୍ତି ।
୧ ମିନିଟ ୩୧ ସେକେଣ୍ଟର ଏହି ଭିଡିଓ ଏବେ ଇଣ୍ଟରନେଟରେ ଛାଇ ରହିଛି । ଟିଜର ରିଲିଜ ହେବାର ମାତ୍ର ଏକ ଘଣ୍ଟା ଭିତରେ ଭିଡିଓକୁ ୪ ଲକ୍ଷରୁ ଅଧିକ ଭ୍ୟୁଜ ମିଳିସାରିଛି । ଫିଲ୍ମରେ ଅକ୍ଷୟ ଏବଂ ରଜନୀକାନ୍ତଙ୍କ ବ୍ୟତିତ ଆମି ଜ୍ୟାକସନ ମଧ୍ୟ ନଜର ଆସିବେ । ଏସ. ଶଙ୍କରଙ୍କ ନିର୍ଦ୍ଦେଶନାରେ ନିର୍ମିତ ଏହି ଫିଲ୍ମ ୨୯ ନଭେମ୍ବରରେ ରିଲିଜ ହେବ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2018/09/2pointo-budget.jpg)
/kanak/media/post_attachments/wp-content/uploads/2018/09/aa-Cover-d09fgulc55ppsahj8j5moaj517-20171103151236-784x441-300x169.jpg)