ବହୁପ୍ରତିକ୍ଷିତ ସିନେମା ‘୨.୦’ର ଟିଜର ରିଲିଜ ଉନ୍ମୋଚନ କରିବା ତାରିଖ ଘୋଷଣା କରାଯାଇଛି । ତାମିଲ ନୁଆବର୍ଷ ଏପ୍ରିଲ ୧୪ ରେ ଏହି ସିନେମାର ଟିଜର ଉନ୍ମୋଚନ କରାଯିବ ହେବ ବୋଲି ଜଣାପଡିଛି । ଏହି ସିନେମାର ଡାଇରେକ୍ଟର ଓ ଏଡିଟର ଏହାର ଟିଜର ପ୍ରସ୍ତୁତ କରିବାକୁ ଲାଗି ପଡିଛନ୍ତି । ତେବେ ଏହି ସିନେମାରେ ମୁଖ୍ୟ ଭୂମିକାରେ ରଜନୀକାନ୍ତ ଓ ଅକ୍ଷୟକୁମାର ନଜର ଆସିବେ ।
ଏହା ଏକ ସାଇନ୍ସ ଫିକ୍ସନ ସିନେମା ହୋଇଥିବା ବେଳେ ଏଥିରେ ଥ୍ରୀଡି କ୍ୟାମେରାର ବ୍ୟବହାର ହୋଇଥିବା ମଧ୍ୟ ଜଣାପଡିଛି । ଏହି ସିନେମାର ବଜେଟ ୩୫୦ କୋଟିରୁ ଅଧିକ ରହିଛି । ଖାଲି ସେତିକି ନୁହେଁ ତେଲୁଗୁ , ତାମିଲ ଓ ହିନ୍ଦି ଭାଷାରେ ମଧ୍ୟ ଏହି ସିନେମାଟି ପରଦାକୁ ଆସିବ । ତେବେ ଏହି ସିନେମାଟିରେ ନାୟିକା ଭୂମିକାରେ ଆମି ଜାକ୍ସନ ନଜର ଆସିବେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2017/01/Robot-2.0-1.jpg)