ସ୍ୱାମୀ ବନିଲା ଭାଇ ! ପ୍ରତିଦିନର ଝଗଡାରୁ ବିରତି ନେବା ପାଇଁ ସ୍ୱାମୀ ହାତରେ ରାକ୍ଷୀ ବାନ୍ଧିଲା ସ୍ତ୍ରୀ ।

162

ସ୍ୱାମୀ ସ୍ତ୍ରୀଙ୍କ ସଂପର୍କରେ ଝଗଡା ସୃଷ୍ଟି ହେବା ଏକ ସାଧାରଣ କଥା । କିନ୍ତୁ ମିରଠର ଏକ ପରିବାରରେ ଦମ୍ପତିଙ୍କ ଝଗଡା ପରେ ଏଭଳି କିଛି ଘଟିଥିଲା ଯାହା ପଡୋଶୀଙ୍କୁ ଆଚମ୍ବିତ କରିଥିଲା । ୧୨ ବର୍ଷର ବୈବାହିକ ବନ୍ଧନ ଏବଂ ଦୁଇଟି ସନ୍ତାନ ଥିବା ଏହି ଦମ୍ପତିଙ୍କ ମଧ୍ୟରେ ଲଗାତାର ଝଗଡା ଲାଗୁଥିଲା ଏବଂ ଝଗଡାର ମୁଖ୍ୟ କାରଣ ଥିଲା ମଦ । ସ୍ୱାମୀ ମଦ ପିଇ ସ୍ତ୍ରୀ ସହ ପ୍ରତିଦିନ ଝଗଡା କରୁଥିଲେ ।

ତେବେ ରାକ୍ଷୀପୂର୍ଣ୍ଣିମା ଦିନ ମଧ୍ୟ ଉଭୟଙ୍କ ମଧ୍ୟରେ ଝଗଡା ସୃଷ୍ଟି ହୋଇଥିଲା । ଏହାପରେ ସ୍ତ୍ରୀ ଏଭଳି କିଛି କାମ କଲେ ଯାହା ସ୍ୱାମୀଙ୍କ କଳ୍ପନା ବାହାରେ ଥିଲା । ପ୍ରତିଦିନର ଝଗଡାରେ ଅସନ୍ତୁଷ୍ଟ ଥିବା ପତ୍ନୀ ରାଗରେ ସ୍ୱାମୀଙ୍କ ହାତରେ ରାକ୍ଷୀ ବାନ୍ଧି ଦେଇଥିଲେ । ପତ୍ନୀଙ୍କଠାରୁ ରାକ୍ଷୀ ବାନ୍ଧିବାପରେ ସ୍ୱାମୀଙ୍କୁ ଏହାର ଭୀଷଣ ଆଘାତ ଲାଗିଥିଲା । ଯେଉଁଥିପାଇଁ ସେ ଘରୁ ତିନିଦିନ ବାହାରକୁ ବାହାରି ନଥିଲେ ଏବଂ ଚତୁର୍ଥ ଦିନ ବାହାରି ସେ ଥାନାକୁ ଯାଇଥିଲେ ଏବଂ ସ୍ତ୍ରୀଙ୍କଠାରୁ ଛାଡପତ୍ର ନେବା ପାଇଁ ଅପିଲ୍ କରିଥିଲେ । ତେବେ ଏଭଳି କଥା ଶୁଣି ପୋଲିସ୍ କମ୍ୟୁନିଟି ଲାଇଜଲ୍ ଗ୍ରୁପ୍ ପାଖକୁ ଦମ୍ପତୀଙ୍କୁ ପଡାଇଥିଲେ । ସେଠାରେ ଦୁହିଁଙ୍କୁ ବୁଝାଇବା ପାଇଁ ପ୍ରୟାସ କରାଯାଉଛି ।