ନିର୍ବାଚନ ପୂର୍ବରୁ କଡାକଡି ନିୟମ ଆପଣାଇଲା ହ୍ୱାଟସଆପ୍ ! ଲଞ୍ଚ୍ କଲା ଫ୍ୟାକ୍ଟ ନମ୍ବର , ବିନା ଅନୁମତିରେ ଗ୍ରୁପରେ ପ୍ରବେଶ ନିଷେଧ ।

695

ହ୍ୱାଟସଆପ୍ ଭାରତରେ ଫ୍ୟାକ୍ଟ ଚେକିଙ୍ଗ୍ ସର୍ଭିସ୍ ଲଞ୍ଚ୍ କରିଛି । ଲୋକସଭା ନିର୍ବାଚନ ପୂର୍ବରୁ ହ୍ୱାଟସଆପ୍ ଏଭଳି ପଦକ୍ଷେପ ଉଠାଇଛି ଏବଂ ଜାରୀ କରିଛି ନୂଆ ଗାଇଡ୍ ଲାଇନ୍ । ଯଦି ଆପଣଙ୍କୁ ଲାଗୁଛି ଯେ ହ୍ଟାଟ୍ସଆପରେ ଫେକ୍ ମେସେଜ୍ ଆସିଛି ତେବେ ଆପଣ ଏହାକୁ checkpoint tipline ରେ ପଠାଇପାରିବେ ଏବଂ ଏଠାରୁ ଭେରିଫାଏ କରିପାରିବେ । ଏହା ଏକ ଲୋକାଲ୍ ଷ୍ଟାର୍ଟଅପ୍ ଯାହା ମିଛ ଖବରର ସତ୍ୟତାକୁ ଚେକ୍ କରିଥାଏ । ଯାହା ମିଥ୍ୟା ଖବର ତାହା ଫଲ୍ସ,ମିଶଲିଡିଙ୍ଗ୍ ତଥା ଡିସପ୍ୟୁଟେଡ୍ ର ଲେବଲ୍ ଦିଆଯାଏ । ଅନ୍ୟପକ୍ଷରେ ସତ ଖବରରେ ଟ୍ରୁ’ର ଲେବଲ୍ ଲାଗିବ ।

କଡାକଡି ଭାବେ ଆପଣଙ୍କୁ ହ୍ୱାଟସଆପ୍ ଇନଭେଷ୍ଟିଗେସନ୍ ସିଷ୍ଟମ୍ କୁ ମଧ୍ୟ ମାନିବାକୁ ପଡିବ । ଏହି ନିୟମ ମଧ୍ୟରେ ଆପଣ ଏକସଙ୍ଗରେ ୫ ଜଣରୁ ଅଧିକ ମେସେଜ୍ ପଠାଇ ପାରିବେ ନାହିଁ । ବିନା ଅନୁମତିରେ ହ୍ୱାଟସଆପ୍ ଗ୍ରୁପରେ କାହାକୁ ଯୋଡି ପାରିବେ ନାହିଁ । ଗ୍ରୁପରେ କାହାକୁ ଯୋଡିବାକୁ ଚାହୁଁଥିଲେ ଅନୁମତୀ ଅନୁମତି ନେବା ବାଧ୍ୟତାମୂଳକ । ହ୍ୱାଟସଆପ୍ ପକ୍ଷରୁ ଫ୍ୟାକ୍ଟ ନମ୍ବର ଜାରୀ ୯୬୪୩୦୦୦୮୮୮ । ସନ୍ଦେହ ହେଲେ ହ୍ୱାଟସଆପ୍ ଫ୍ୟାକ୍ଟ ନମ୍ବରରେ ଯୋଗାଯୋଗ କରିପାରିବେ । ଏହି ଫ୍ୟାକ୍ଟ ଚେକ୍ ୫ ଟି ଭାଷାକୁ ସପୋର୍ଟ କରିଥାଏ ଇଂରାଜୀ,ହିନ୍ଦୀ,ତେଲୁଗୁ,ବଙ୍ଗାଳୀ ଏବଂ ମାଲୟାଲମ୍ । ଟେକ୍ସ୍,ଇମେଜ୍ ଏବଂ ଭିଡିଓ ମାଧ୍ୟମରେ ଭେରିଫିକେସନ୍ କରାଯିବ ।